mobile header

ମାନବିକତା : ଫଟୋ ଉଠା ଛାଡ଼ି ନିଆଁରୁ ରୋଗୀଙ୍କୁ ଉଦ୍ଧାର କଲେ ଟିଭି କ୍ୟାମେରାମ୍ୟାନ

ବ୍ୟକ୍ତି ନିଜର ବୃତ୍ତି ଓ କର୍ତ୍ତବ୍ୟ ମଧ୍ୟରେ ମାନବିକତାକୁ ସର୍ବଦା ସ୍ଥାନ ଦେବା ଦରକାର। ଯେଉଁ ବ୍ୟକ୍ତି ନିଜର ବୃତ୍ତି ଓ କର୍ତ୍ତବ୍ୟ ମଧ୍ୟରେ ମାନବିକତାକୁ ସ୍ଥାନ ଦେଇଥାନ୍ତି ସେମାନେ ସାଧାରଣରେ ପ୍ରଶଂସାର ପାତ୍ର ହେବା ସହ ଈଶ୍ବରଙ୍କ କୃପା ଲାଭ କରିଥାନ୍ତି। ନିଜର କର୍ତ୍ତବ୍ୟ ଛାଡି ମାନବିକତାକୁ ଗୁରୁତ୍ବ ଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି ଇଣ୍ଡିଆ ଟିଭିର କ୍ୟାମେରାମ୍ୟାନ (ସାମ୍ବାଦିକ) ପ୍ରମୋଦ ମାଧବ। ବୁଧବାର ଅପରାହ୍ଣରେ ଚେନ୍ନଇସ୍ଥିତ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର ସବିଶେଷ ଖବର ଓ ଫଟୋଚିତ୍ର ସଂଗ୍ରହ ପାଇଁ ସେଠାରେ ପହଞ୍ଚିଯାଇଥିଲେ ପ୍ରମୋଦ; ତେବେ ସେ ପରିସ୍ଥିତି ଦେଖିବା ପରେ ଫଟୋ ଉଠାଇବା ପରିବର୍ତ୍ତେ ନିଆଁ ଓ ଧୂଆଁରେ ଫସି ଥିବା ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟରେ ମାତି ଯାଇଥିଲେ। ଫଟୋ ଉଠାଇବା ସମୟରେ ପ୍ରମୋଦ ଦେଖିଥିଲେ ଅନେକ ବୟସ୍କ ରୋଗୀ ନିଆଁ, ଧୂଆଁ ଘେରରେ ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ନଥିଲେ। ତେଣୁ ଫଟୋ ଉଠା ପରିବର୍ତ୍ତେ ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରମୋଦ ପ୍ରାଥମିକତା ଦେଇଥିଲେ। ପ୍ରମୋଦଙ୍କ ଏହି ମାନବିକତା ଅନେକ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିଥିଲା। ପ୍ରମୋଦଙ୍କ ଏପରି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.