mobile header

୭୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ

ପାଠପଢ଼ିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେ ନାହିଁ। କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍‌ ମାନେ। ଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରେ। ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।

ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ଆଜି ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଛନ୍ତି। ବିଧାୟକ ଆଜି ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍‌ ଭିତରକୁ ଯାଇଥିଲେ। ସେହିପରି ବିଧାୟକଙ୍କ ସରପଞ୍ଚ ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ବିଧାୟକଙ୍କ ସହ ଗୋଟିଏ ସ୍କୁଲରେ ପରୀକ୍ଷା ଦେଇଛନ୍ତି। ଜଣେ ବିଧାୟକ ତା’ବି ପୁଣି ଏହି ବୟସରେ ପରୀକ୍ଷା ଦେଉଥିବାରୁ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

Leave A Reply

Your email address will not be published.