
ଆଠଗଡ: ଆଠଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସଂଘର ସଦସ୍ୟମାନେ ସାମୂହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପରେ ଓକିଲ ସଂଘ ବୈଠକ ଗୃହରେ ସଭାପତି ସତ୍ୟେନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ବିଷ୍ଣୁପ୍ରସାଦ ସାହୁ, ପ୍ରଶନ୍ନ କୁମାର ରାଉତ, ରାମନାରାୟଣ ମହାନ୍ତି ପ୍ରମୁଖ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ଏବଂ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ କହିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଓ ଆଇନସେବା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ସଂପର୍କରେ ଆଲୋକପାତ କରିଥିଲେ। ଅରୁଣ କୁମାର ମହାନ୍ତି, ପ୍ରମୋଦ କୁମାର ଜେନା ଜ୍ଞାନ ପ୍ରକାଶ ଧଳ ସାମନ୍ତ ରବିନାରାୟଣ ବେହେରା, ମନୋରଞ୍ଜନ ମହାନ୍ତ, ବିନୟ କୁମାର ଶୁକ୍ଳ, ଦୀପାଳି ଦାଶ, ପ୍ରମୁଖ ମଧ୍ୟ ଉଦ୍ବୋଧନ ଦେଇଥିଲେ। ଉପସଭାପତି ସୁବାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସଂପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।