mobile header

ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ରୁପ୍‌ସା

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ ହୋଇଛନ୍ତି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି । ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା ।

ଏହି ୧୦୦ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ପ୍ରଥମେ ଅନ୍‌ଲାଇନ୍‌ରେ ଅଡିସନ୍ କରାଯିବା ପରେ ନୂଆଦିଲ୍ଲୀରେ ପ୍ରତ୍ୟକ୍ଷ ଭାବରେ ଏହାର ସେମିଫାଇନାଲ୍ ରାଉଣ୍ଡର ଆୟୋଜନ କରାଯାଇଥିଲା । ଏହି ରାଉଣ୍ଡରେ ଏହି ୫୦ ଜଣ ପ୍ରତିଯୋଗୀଙ୍କର ଇଂଟ୍ରୋଡକ୍ସନ୍ ଏବଂ ଟ୍ୟାଲେଂଟର ପରୀକ୍ଷା କରାଯାଇଥିଲା ଓ ୨୦ ଜଣ ଫିନାଲେକୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ଫିନାଲେ ରାଉଣ୍ଡଟି ମୁମ୍ବାଇରେ ଆୟୋଜନ କରାଯାଇଥିଲା। ପ୍ରତିଯୋଗୀଙ୍କ ମଧ୍ୟରେ ୩ ଦିନ ଧରି ଇଂଟ୍ରୋଡକ୍ସନ୍‌, କଷ୍ଟ୍ୟୁମ୍‌, କ୍ୟାଟ ୱାକ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା । ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ଗ୍ରୁମିଂ କରାଯାଇଥିଲା ଏବଂ ଟପ୍ ଫାଇଭ୍ ଫିନାଲେକୁ ଯାଇଥିଲେ ।

ଏହି ଟପ୍ ଫାଇଭଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରିଛନ୍ତି ରୁପ୍‌ସା । ଗତ ଏପ୍ରିଲ ୨୪ ତାରିଖରେ ଏହି ଫିନାଲେ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଆଇଟିଇଆର୍‌ର ଛାତ୍ରୀ ରୁପ୍‌ସା କଲେଜ ଜୀବନରୁ ହିଁ ଗ୍ଲାମର ଜଗତ ସହ ଜଡିତ ଅଛନ୍ତି । ୨୦୦୯ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।

Leave A Reply

Your email address will not be published.