mobile header

ଭାରତୀୟ ରାଜନୀତି ରେ ଇଫତିଆର

ଇଫତିଆର ପାର୍ଟି କିଛି ନୂଆ ନୁହେଁ । ଦେଶ ସ୍ବାଧୀନ ହେବା ପରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହାର ଲାଲ ନେହେରୁ ଏହି ପରମ୍ପରା କୁ ଆରମ୍ଭ କରିଥିଲେ । ତାହାକୁ ନେଇ ଆଜି ପର୍ଯ୍ୟନ୍ତ ରାଜନୀତି ଚାଲିଛି ।

ଦେଶ ବିଭାଜନ ପରେ ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହର ଲାଲ ନେହେରୁ ଆରମ୍ଭ କରିଥିଲେ । ଏହି ପାର୍ଟି ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ମୁସଲମାନ ମାନଙ୍କୁ ଦେଶ ବିଭାଜନ ର କଷ୍ଟ ଜଣା ପଡ଼ିବ ନାହିଁ ଓ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବ । କିନ୍ତୁ ଶାସ୍ତ୍ରୀ ଜୀ ଙ୍କ ସମୟରେ ଏହା ବନ୍ଦ୍ ହୋଇ ଯାଇଥିଲା ।
ଏହାପରେ ଇନ୍ଦିରା ଗାନ୍ଧୀ ମୁସଲିମ ସମର୍ଥନ ପାଇଁ ପୁନର୍ବାର ଇଫତିଆର ପାର୍ଟି ଆରମ୍ଭ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ମଧ୍ୟ ଏହି ପରମ୍ପରା କୁ ବଜାୟ ରଖିଲେ ।
୧୯୭୪ ରେ ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ହେମବତି ବହୁଗୁଣ ଅଧିକାରୀକ ଭାବରେ ଇଫତିଆର ପାର୍ଟି ର ଆୟୋଜନ କରିଥିଲେ । ଯାହା ଆଗକୁ ଯାଇ ଉତ୍ତର ପ୍ରଦେଶର ପରମ୍ପରା ହୋଇଗଲା । ବହୁଗୁଣା ଙ୍କ ପରେ ଉତ୍ତର ପ୍ରଦେଶର ରାଜନୀତି ରେ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ, ରାଜନାଥ ସିଂହ, କଲ୍ୟାଣ ସିଂହ , ମାୟାବତୀ ଓ ଅଖିଳେସ ଯାଦବ ମୁଖ୍ୟ ମନ୍ତ୍ରୀ ଙ୍କ ବାସ ଭବନ ରେ ଇଫତିଆର ପାର୍ଟି ର ପରମ୍ପରା କୁ ବଜାୟ ରଖିଥିଲେ ।
ରାଷ୍ଟ୍ରପତି ଭବନରେ ମଧ୍ୟ ଇଫ୍ତିଆର୍ ପାର୍ଟି ର ପୁରୁଣା ପରମ୍ପରା ଆୟୋଜନ ରହିଥିଲା । ଡକ୍ଟର ଅବଦୁଲ କାଲାମ ରାଷ୍ଟ୍ରପତି ରହିବା ସମୟରେ ଏହି ପରମ୍ପରା କୁ ବନ୍ଦ୍ କରିଥିଲେ । ସେ ସେହି ପଇସାରେ ଅନାଥ ଆଶ୍ରମ କୁ କମ୍ବଳ ଖାଦ୍ୟ ଓ ପୋଷାକ ବାଣ୍ଟିବା ରେ ଲଗାଇ ଥିଲେ । ପୁନର୍ବାର ରାଷ୍ଟ୍ରପତି ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀ ଏହି ପରମ୍ପରା କୁ ଆରମ୍ଭ କରିଥିଲେ ।
ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି କଦାପି ଇଫ୍ତିଆର୍ ପାର୍ଟି ର ଆୟୋଜନ କରି ନାହାନ୍ତି । ୨୦୧୭ ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଇଫ୍ତିଆର୍ ପାର୍ଟି କରି ନଥିଲେ । ନବରାତ୍ରୀ ସମୟରେ କନ୍ୟା ପୂଜନ ର ବଡ଼ ଆୟୋଜନ କରିଥିଲେ। ସେହି ସମୟ ରେ ଉତ୍ତର ପ୍ରଦେଶର ଗଭର୍ଣ୍ଣର ଇଫ୍ତିଆର୍ ପାର୍ଟି କରିଥିଲେ କିନ୍ତୁ ଯୋଗୀ ସରକାର ଯୋଗ ଦେଇ ନଥିଲେ । ଧିରେ ଧିରେ କଂଗ୍ରେସ ମଧ୍ୟ ଇଫ୍ତିଆର୍ ପାର୍ଟି କରିବା ବନ୍ଦ୍ କରି ଦେଲା ।
ଚଳିତ ବର୍ଷ ନା ଉତ୍ତର ପ୍ରଦେଶରେ ନା ସମାଜବାଦୀ ପାର୍ଟି ନା ବହୁଜନ ସମାଜବାଦୀ ପାର୍ଟି କେହି ମଧ୍ୟ ଇଫ୍ତିଆର୍ ପାର୍ଟି ରଖି ନାହାନ୍ତି ।
ରମଜାନ ମାସର ହେଉଥିବା ଇଫ୍ତିଆର୍ ପାର୍ଟି କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଆୟୋଜିତ କରାଯାଇ ଥାଏ । ୨୦୧୭ ରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଫ୍ତିଆର୍ ପାର୍ଟି କୁ ବନ୍ଦ୍ କରିଥିଲେ । ଏହାକୁ ନେଇ ଆମେରିକା ବିଶ୍ଵ ସ୍ତରରେ ଆଲୋଚିତ ହୋଇଥିଲା

Leave A Reply

Your email address will not be published.