
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବଝରୀ ଗ୍ରାମ ପଞ୍ଚାୟତ ର ୧୫ ନଂ ୱାଡ ଯାହାକି ଜିଲ୍ଲା ର ତିନି କୋଣ ରୁ ବିଚ୍ଛିନ୍ନ ।ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସବୁ ଯୋଜନା ଏଠି ଫେଲ ମାରିଛି, ଏହି ୱାର୍ଡ ରେ । ସ୍ବାଧୀନତା ର ଦୀର୍ଘ ୭୫ ବର୍ଷ ପରେ ଯିଏ କି ବର୍ତ୍ତମାନ ର ବୌଦ୍ଧ ବ୍ଲକ ର ସି ଡି ପି ଓ ମିନତି ଦେଓ ଏହି ୱାର୍ଡ କୁ ପ୍ରଥମ ଥର ପାଦ ଦେଇଛନ୍ତି। ଏହି ସରଳ, ନିରିହ, ନିସ୍କପଟ, ଆଦିବାସୀ ଲୋକ ମାନେ ଜୀବନ ଯାପନ କରନ୍ତି, ଜିଲ୍ଲା ର ସୀମାନ୍ତବର୍ତ୍ତୀ ବିଛିନ୍ନାଞଳ ଉପାନ୍ତ ଅଞ୍ଚଳ ରେ ,
ଏହି ୱାର୍ଡ
ମାତାଗାଡୁ ,କାମାରକୁଡା ,ଡକେନ୍,ଜିଲେଜୁ ,ଶିକାଅରା ,ଭୁତମେଣ୍ଡି ,ଗଡ ଏହି ସାତ ଟି ସାହି ରେ ଗୋଟିଏ ଅଙ୍ଗନୱାଡି ସେଣ୍ଟର ,ଏହି ସେଣ୍ଟର ରେ ଦୀର୍ଘ ଦିନ ରୁ
ସାହାଯ୍ୟ କାରୀଣି ଭାବରେ କାର୍ଯ୍ୟରତ ମହିଳା ସରକାର ଙ୍କ ନିର୍ଦ୍ଦାରିତ ବୟଷ ଅତିକ୍ରମ କରିବା ପରେ ନୂତନ ସାହାଯ୍ୟକାରିଣୀ ଚୟନ କରିବାକୁ ବୌଦ୍ଧ ବ୍ଲକ ର ସି ଡି ପି ଓ ମିନତି ଦେଓ କାମାରକୁଡା ଅଙ୍ଗନୱାଡି କେନ୍ଦ୍ର କୁ ଯାଇ ଥିଲେ। ସମସ୍ତ ଙ୍କ ର ସହମତି ରେ କାମାରକୁଡା ର ଦୀପାଞ୍ଜଳି ଝାଙ୍କର ଙ୍କୁ ଚୟନ କରାଗଲା।
ସି ଡି ପି ଓ ମିନତି ଦେଓ ଏହି ଆଦିବାସୀ ଲୋକମାନେ ଏହି ଉପାନ୍ତ ବିଛିନ୍ନାଞଳ ରେ ଦେଖିବାକ୍ଷଣି ଫୁଲତୋଡା ଦେଇ ପାଛୁଟି ନେଇଥିଲେ। ଅଙ୍ଗନୱାଡି କେନ୍ଦ୍ର ର ସମସ୍ତ ସମସ୍ୟା ମାଡମ୍ ଙ୍କୁ ଅବଗତ କରାଇଥିଲେ। ଏବଂ ମାଡମ୍ ମଧ୍ୟ ଲୋକମାନଙ୍କୁ ଦୃଢତାର ସହିତ ଯେଉ ସମସ୍ୟା ର ସମାଧାନ ହୋଇପାରିବ ସେହି ସମସ୍ୟା ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ମାଡମ୍ ଙ୍କ ଏହିପରି ପ୍ରତିଶୃତି କୁ ଅଞ୍ଚଳ ରେ ବେଶ ପ୍ରସଂସା କରିଥିଲେ। ଆଉ ଏହି ୧୫ ନଂ ୱାର୍ଡ ର ଲୋକ ମାନେ କହିଥିଲେ ଯଦି ଜିଲ୍ଲା ର ସବୁ ବିଭାଗ ର ଅଧିକାରୀ ଏହି ସୀମାନ୍ତବର୍ତ୍ତୀ ଉପାନ୍ତ ବିଛିନ୍ନାଞଳ ଅଞ୍ଚଳରେ ସି ଡି ପି ଓ ମିନତି ଦେଓ ଙ୍କ ଭଳି ଯଦି ପାଦ ପାଦ ପଡନ୍ତା ତେବେ ସବୁ ସମସ୍ୟା ର ସମାଧାନ ହୋଇପାରନ୍ତା।