mobile header

ବିଶ୍ୱ ରେଡକ୍ରସ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


ବୌଦ୍ଧ,୩୦ା୪ : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରେଡକ୍ରସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଡକ୍ରସ ପାଣ୍ଠି ବୃଦ୍ଧି ସକାଶେ ଯୋଜନା କରାଯିବା ସହିତ ପ୍ରତି ତିନି ମାସରେ ରେଡକ୍ରସ କମିଟି ବୈଠକ ବସାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲାର ସମସ୍ତ ଅଧିକାରୀ ଅତି କମ୍‌ରେ ୧ ହଜାର ଟଙ୍କା ଦେଇ ରେଡକ୍ରସର ଆଜୀବନ ସଦସ୍ୟ ହେବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଅନୁରୋଧ କରିଥିଲେ । ଆସନ୍ତା ୮ ତାରିଖ ଦିନ ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଶୋଭାଯାତ୍ରା ଜିଲା ସଂଗ୍ରହାଳୟଠାରୁ ବାହାରି ବାଘଗୁଡା ଛକ,ଗାନ୍ଧୀଛକ ଏବଂ ଓୟାରଲେସ ଛକ ଦେଇ ପୁନର୍ବାର ସଂଗ୍ରହାଳୟ ପର୍ଯ୍ୟନ୍ତ ଆସିବ । ଏହି ଉପଲକ୍ଷେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଟି ସ୍ତରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ୫ ତାରିଖ ଦିନ ଅନୁଷ୍ଠିତ ହେବ, ଏହାର ଆୟୋଜନ ଦାୟିତ୍ୱ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝିଙ୍କୁ ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ପାଇଁ ବିଷୟବସ୍ତୁ ଆମେ ସମସ୍ତେ ମାନବ ଜାତି (ଡର ବକ୍ଷକ୍ଷ ବକ୍ସର ଐଙ୍କଜ୍ଞବଦ୍ଭ ଳସଦ୍ଭୟ) ଇଂରାଜୀ ଓ ଓଡିଆରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଉକ୍ତ ଦିବସରେ ଏକ ରକ୍ତଦାନ ଶିବିର ଆୟୋଜନ ସହିତ ସ୍ୱଧାର ଗୃହ,କୁଷ୍ଠାଶ୍ରମ,ଗାଈଗୋଠ ପଡିଆ,ଝାଡରାଜିଙ୍ଗ ଜରାଶ୍ରମଠାରେ ଅସହାୟ ଲୋକମାନଙ୍କୁ ରେଡକ୍ରସ ସାମଗ୍ରୀ ବଣ୍ଟନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସନ୍ଧ୍ୟା ୬ ଘଣ୍ଟା ସମୟରେ ଜିଲ୍ଲା ସଂଗ୍ରହାଳୟଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରୁ ସଂଗୃହୀତ ପାଣ୍ଠି ଜିଲ୍ଲା ରେଡକ୍ରସକୁ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀ,ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ,ଚିତରଞ୍ଜନ ଦାଶ,ଶଙ୍କର ପ୍ରସାଦ ମିଶ୍ର,ସୌମିତ୍ରି କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.