mobile header

ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ!

ରାୟଗଡ଼ାର ସାମ୍ବାଦିକ ଆଇ. ସର୍ବେଶ୍ବର ରାଓଙ୍କ ବୋଲେରୋରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଥାନାରେ ଅଭିଯୋଗ ପରେ ପୁଲିସ୍ ଦୁର୍ବୃତ୍ତଙ୍କ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ଯାଞ୍ଚ ଚଳାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ କୌଣସି ପତ୍ତା ପାଇପାରିନି।

ପୂର୍ବାହଣ ୧୦ଟାରେ ରାୟଗଡ଼ା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ସର୍ବଶ୍ବର ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରି ନିଜ ବୋଲେରୋ ଗାଡ଼ିରେ ରଖିଥିଲେ। ନିଜ ବନ୍ଧୁଙ୍କ ସହ ସବ‌େର୍ଶ୍ବର ବ୍ୟାଙ୍କରୁ ଆସି ଉମା ଶଙ୍କର ଟକିଜ୍ ନିକଟରେ ଅଟକି ଥିଲେ। ଦୁହେଁ କଥା ହେଉଥିବା ସମୟରେ ପୂର୍ବରୁ ପିଛା କରୁଥିବା ଦୁର୍ବୃତ୍ତ ସର୍ବେଶ୍ବରଙ୍କ ନିକଟରେ ପହଞ୍ଚି ବୋଲେରୋରୁ ତେଲ ଲିକ୍ ହେଉଥିବା କହିଥିଲେ। ଫଳରେ ସର୍ବେଶ୍ବର ଗାଡି ସମ୍ମୁଖକୁ ଯାଇ ଯାଞ୍ଚ କରୁଥିବା ବେଳେ ବୋଲେରୋ ଭିତରେ ଥିବା ଟଙ୍କା ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। କିଛି ସମୟ ପରେ ଟଙ୍କା ଲୁଟ୍ ସଂପର୍କରେ ଜାଣି ରାୟଗଡ଼ା ପୁଲିସକୁ ଖବର ଦେଇଥିଲେ ସର୍ବେଶ୍ବର। ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସଆଇ ଶିବ ଶଙ୍କର ସାହୁ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଧରି ଚାଲି ଚାଲି ଯାଉଥିବା ସିସିଟିଭିରୁ ଜଣା ପଡିଥିଲେ ମଧ୍ୟ ସେମାନଙ୍କୁ ଠାବ କରାଯାଇପାରିନି

Leave A Reply

Your email address will not be published.