mobile header

ମହିଳା ଶିକ୍ଷା ହାର ବଢିବା ନେଇ ମାଲକାନଗିରି ଜିଲ୍ଲା ପୁରସ୍କୃତ, ପୁରସ୍କାର ଗ୍ରହଣ କଲେ ଜିଲ୍ଲାପାଳ

ମାଲକାନଗିରି,୩୦/୪: ଗତକାଲି ଭୁବନେଶ୍ବର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରିକୁ ପୁରସ୍କୃତ କରାଯାଇଛି।ଇଣ୍ଡିଆ ଟୁ ଡେର ସର୍ଭେରେ ଓଡିଶାର ସର୍ବାଧିକ ଶିକ୍ଷିତ ମହିଳା ଏବଂ ଶିକ୍ଷାହାର ବଢୁଥିବା ଜିଲ୍ଲା ଭାବେ ମାଲକାନଗିରିକୁ ବଛାଯାଇଥିଲା।ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଭୁବନେଶ୍ବର ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମାଲକାନଗିରି ଜିଲ୍ଲାରେ ଗତ କିଛି ବର୍ଷରେ ବିଦ୍ୟାଳୟ ସଂଖ୍ୟା ବଢିବା,ପିଲାଙ୍କ ପାସ ହାର ବଢିବା ଏବଂ ମହିଳାଙ୍କ ଶିକ୍ଷାହାର ସେହି ତୁଳନାରେ ବଢିଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇଥିଲା।ଜିଲ୍ଲାପାଳ ବିଶାଲ ସିଂ ଏଥିପାଇଁ ଜିଲ୍ଲାବାସୀଙ୍କୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି।ଆଗାମୀ ଦିନରେ ମଧ୍ୟ ଏହି ଶିକ୍ଷା ହାର ବଢିବ ବୋଲି କୁହାଯାଇଛି।

Leave A Reply

Your email address will not be published.