
: ବୌଦ୍ଧ May 01. କଣ୍ଟାମାଳ ବ୍ଲକ ମନ ମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହୁଲ ବା ହାଲି ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ପାଇଁ ଆଜି ମହାସମାରୋହରେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମର ସହସ୍ରାଧିକ ପୁରୁଷ ଓ ମହିଳା ପଡୋଶୀ ମନ ମୁଣ୍ଡା ଦେଇ ବହି ଯାଉଥିବା ତେଲ ନଦୀରୁ କଳସ ପାଣି ମହୁଲ ବାହାଲି ନାମ ମଣ୍ଡପକୁ ଅଣାଯାଇଥିଲା।ଆସନ୍ତାକାଲି ଷୋମବାର ଦିନ ନାମ ଯଜ୍ଞ ଆରମ୍ଭ ହୋଇ ଆସନ୍ତା ବୁଧୁବାର ଦିନ ପୁଣ୍ଣା ହାତୀ ସହ ନଗର ପରିକ୍ରମା ସଙ୍ଗେ ସଙ୍ଗେ ଝରାପାଲି କିର୍ତନ୍ୟ ମଣ୍ଡଳୀ ଓ କୁଡ଼ାପାଲି କିର୍ତ୍ତନ୍ୟ ମଣ୍ଡଳୀ ମଧରେ ବୈଠକ କୀର୍ତ୍ତନ ଅନୁଷ୍ଠିତ ହେବ।ଏହି ଯଜ୍ଞରେ ଜ୍ୟୋତିରଂଜନ ପଣ୍ଡା ପୂଜକ ଥିବା ବେଳେ କର୍ତ୍ତା ଭାବରେ ନକୁଳ ବାଘ କାର୍ଯ୍ୟ ତୁଲାଇ ଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ କରିଛନ୍ତି।
