mobile header

ନ୍ୟାୟ କାହା ପାଇଁ କେମିତି? ବଡବଡିଆଙ୍କୁ ବେଲ୍, ମଳିମୁଣ୍ଡିଆଙ୍କୁ ଜେଲ୍?

ନ୍ୟାୟ କାହା ପାଇଁ କେମିତି? ଗଞ୍ଜାମରେ ଜଣେ କେଟଲି ଚୋରକୁ ଦେଢବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଯାହା ଅନେକ ପ୍ରଶ୍ନ ଉଠାଇଛି । ବଡ ଓକିଲ ବନ୍ଦୋବସ୍ତ କରି ବଡବଡିଆ ଆଇନ ପଞ୍ଝାରୁ ଖସିଯାଉଥିବା ବେଳେ ଫସି ଯାଉଛନ୍ତି ଗରିବ ଲୋକ ।

କେଟଲି ଚୋରକୁ ଦେଢ ବର୍ଷ ଜେଲ
ହେଲେ କୋଟି କୋଟି ଟଙ୍କା ହଡପ କରିଥିବା ବାବୁଙ୍କୁ ବେଲ
ଚା ଦୋକାନରୁ ଚୋରି କରିଥିବା ଜଣେ ଅଭିଯୁକ୍ତକୁ ଦେଢ ବର୍ଷ ଦଣ୍ଡାଦେଶ ହୋଇଛି । ୧ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ୨ ମାସ ଅଧିକ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି କୋର୍ଟ । ଗତ ଡିସେମମ୍ବର ୧୮ ତାରିଖରେ ବେଳଗୁଣ୍ଠାର ପଣ୍ଡା ଚା ଦୋକାନର କବାଟ ଭାଙ୍ଗି ଚାହା ତିଆରି ସାମଗ୍ରୀ ଚୋରି କରିଥିଲେ ଶିବ ପଣ୍ଡା ।

ନ୍ୟାୟ କାହା ପାଇଁ କେମିତି?
ବଡବଡିଆଙ୍କୁ ବେଲ୍, ମଳିମୁଣ୍ଡିଆଙ୍କୁ ଜେଲ୍?
ରାଜ୍ୟରେ ଏବେ ଭିଜିଲାନ୍ସ ଚଢାଉ କରୁଛି, ବହୁ ସରକାରୀ ଅଧିକାରୀ ଧରାପଡୁଛନ୍ତି, ହେଲେ ଦଣ୍ଡାଦେଶ ହୋଇପାରୁ ନାହିଁ ।

କୁବେର ପୋଲିସ ଅଫିସର ତ୍ରିନାଥ ମିଶ୍ର୍ରଙ୍କୁ ମିଳିଛି ଜାମିନ୍
ନିର୍ଦ୍ଧାରିତ ସମୟରେ ଭିଜିଲାନ୍ସ ଦାଖଲ କରିପାରିଲାନି ଚାର୍ଜସିଟ୍
୫୦୦% ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଜବତ ହୋଇଥିଲା
ଏତେ ସମ୍ପତ୍ତି ମିଳିବା ପରେ ବି କେମିତି ମିଳିଗଲା ଜାମିନ୍?
ଓଏଚପିସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ମିଳିଛି ଜାମିନ୍
ପ୍ରତାପଙ୍କ ନିକଟରୁ ୧୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା
ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ମଧ୍ୟ ଜାମିନ୍ ମିଳିସାରିଛି
ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରିନପାରିବାରୁ ମିଳିଛି ଜାମିନ୍
ଦେଶରେ ଏବେ ୩ ଲକ୍ଷ ୫୦ ହଜାର ବିଚାରାଧୀନ କଏଦୀ ରହିଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜୋର ଦିଆଯାଉ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗଦେଇ ଏପରି ଆହ୍ୱାନ ଦେଇଛନ୍ତି ମୋଦୀ ।

ଦେଶର ବିଭିନ୍ନ ଜେଲରେ ଥିବା ଅନ୍ତେବାସୀଙ୍କ ସ୍ଥିତିକୁ ନେଇ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳ କହିଛନ୍ତି, ୭୬ ପ୍ରତିଶତ ଅନ୍ତୋବସୀ ବିଚାରାଧୀନ କଏଦୀ ଭାବେ ରହିଛନ୍ତି । ବିଚାରାଧୀନ କଏଦୀମାନେ ଦଳିତ ଓ ଗରିବ ଶ୍ରେଣୀର । ଯେଉଁମାନେ ଜାମିନ୍ ପାଇବା ପାଇଁ ବେଲ୍ ବଣ୍ଡ ଦେବା ପାଇଁ ଅସମର୍ଥ । ଅର୍ଥ ଅଭାବରୁ ସେମାନେ ଜେଲରୁ ମୁକୁଳି ପାରୁନାହାନ୍ତି ।

Leave A Reply

Your email address will not be published.