mobile header

ମାଲକାନଗିରି‌ ସାମ୍ବାଦିକ ଇଉନିୟନ ର ନୁତନ ଅଫିସ ଦ୍ଉଦଘାଟିତ

ମାଲକାନଗିରି‌ ସାମ୍ବାଦିକ ଇଉନିୟନ ( Malkangiri Union of Journalists ) ର ନୁତନ ଅଫିସ ଏବଂ ଲାଭାଟରି ମାନ୍ୟବର ସାଂସଦ, ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ଶ୍ରୀ ଆଦିତ୍ୟ ମାଡ଼ି ଏବଂ ମାଲକାନଗିରି ପୈାର‌ ପରିଷଦର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବାରିକ ମଧ୍ୟ ଯୋଗ ଦେଇ ମାଲକାନଗିରି ର ବିଭିନ୍ନ ବ୍ଲକରୁ ଯୋଗଦେଇ ଥିବା ସାମ୍ବାଦିକ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ମାନ୍ୟବର ସାଂସଦ ଶ୍ରୀ ମାଝୀ ମାଲକାନଗିରି MUJ campus ଏବଂ ଅଫିସ ତଥା ସଂଘର ବିଭିନ୍ନ ଉନ୍ନୟନ ବିଷୟରେ ଭୁୟସି ପ୍ରଶଂସା କରିଥିଲେ ଏବଂ ସେ ଖାଲି ଓଡ଼ିଶା କାହିଁକି, ସାରା ଭାରତରେ ଏହିପରି ସୁନ୍ଦର ଓ ସୁବ୍ୟବସ୍ଥିତ ଅଫିସ ପରିସର, ଦେଖିନାହାନ୍ତି ବୋଲି ଉଲ୍ଲେଖ କରିଥିଲେ।

ଅବଶେଷରେ ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଶ୍ରୀ ଆଦିତ୍ୟ ମାଡ଼ି ଏବଂ ମ୍ୟୁନିସିପାଲଟି ‌ଅଧକ୍ଷ ଶ୍ରୀ ମନୋଜ କୁମାର ବାରିକ ସାମ୍ବାଦିକ ମାନଙ୍କୁ ସବୁବେଳେ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ MUJ ର ସଭାପତି ଶ୍ରୀ ଦେବ ପ୍ରସାଦ ଦାସ, ସମ୍ପାଦକ ଶ୍ରୀ ପ୍ରେମେନ୍ଦ୍ର ପରିଛା ଏବଂ ଉପ ସଭାପତି ସତ୍ୟ ନାରାୟଣ ପଣ୍ଡାଙ୍କ ସହିତ ଇଉନିୟନ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.