mobile header

ବୀରଭୂମ୍‌ ହିଂସାକାଣ୍ଡ ଘଟଣା: ରହିଛି ଓଡ଼ିଶା ଲିଙ୍କ୍‌, ଭୁବନେଶ୍ୱରରୁ ୨ ଅଟକ

କଟକ, ୦୧/୦୫: ପଶ୍ଚିମବଙ୍ଗ ଵୀରଭୂମ୍ ହିଂସା ଘଟଣାର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି । ଓଡ଼ିଶା ଲିଙ୍କ ନେଇ ତଦନ୍ତ ପାଇଁ ଟ୍ୱିନ ସିଟିରେ ଏନଆଇଏ ଟିମ୍ ପହିଞ୍ଚିଛି । ହିଂସାକାଣ୍ଡ ଘଟଣାରେ ଭୁଵନେଶ୍ବରରୁ ୨ଜଣଙ୍କୁ ଏନ୍‌ଆଇଏ ଟିମ୍‌ ଅଟକ ରଖିଥିବା ସୂଚନା ମିଳିଛି । କଟକରେ ମଧ୍ୟ ଏନଆଇଏ ଟିମ ଛାନଭିନ୍ କରିଛି ।

ସୂଚନା ଥାଉକି, ଵୀରଭୂମ ହିଂସାକାଣ୍ଡ ଘଟଣାରେ ଆଠ ଜଣଙ୍କୁ ପୋଡି ମାରି ଦିଆଯାଇଥିଲା । ଏନଆଇଏ ବା ନେସନାଲ ଇନଭେଷ୍ଟିଗେସନ ଟିମ୍ ଏହାର ତଦନ୍ତ କରୁଛି । ସାଧାରଣତଃ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ କାର୍ଯ୍ୟ ଏନଆଇଏ କରିଥାଏ ।

Leave A Reply

Your email address will not be published.