mobile header

୪୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା, ୮୦୪ ‌କୋଟି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀମାନଙ୍କୁ ଆଜି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ମାତ୍ର ଚାଷୀମାନଙ୍କୁ କାଳିଆ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସରକାର କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଚାଷୀମାନଙ୍କର ସାମଗ୍ରିକ ବିକାଶ ପାଇଁ ରାଜ୍ୟରେ କାଳିଆ ଯୋଜନା ଲାଗୁ କରିଛନ୍ତି। କାଳିଆ ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ୍‌ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ପ୍ରତି ବର୍ଷ ଅକ୍ଷୟ ତୃତୀୟା ଓ ନୂଆଖାଇ ପର୍ବରେ ଚାଷୀଙ୍କୁ ଏହି ଅର୍ଥ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ଗରିବ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ସହ କୃଷିକାର୍ଯ୍ୟ ପ୍ରତି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏପରିକି କାଳିଆ ଯୋଜନା ସରକାରଙ୍କ ଏକ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଭାବରେ ଅନେକ ସଫଳତା ସାଉଣ୍ଟୁଛି । ଜାତୀୟ ସ୍ତରରେ ମଧ୍ୟ ଏହି ଯୋଜନାକୁ ଅନେକ ପ୍ରଶଂସା ମିଳୁଛି ।

Leave A Reply

Your email address will not be published.