mobile header

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଆ ପଟ୍ଟଚିତ୍ର, ଉପହାରରେ ଦେଇଥିଲେ ପିଏମ ମୋଦୀ, ବିଶ୍ୱ ଦରବାରରେ ଓଡ଼ିଶାର କଳା ପହଞ୍ଚାଇଥିବାରୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

କୋପନହାଗେନ : ୟୁରୋପୀୟ ଦେଶ ଡେନମାର୍କରେ ଓଡ଼ିଶାର ପଟ୍ଟଚିତ୍ରର ଚର୍ଚ୍ଚା । ଡେନମାର୍କ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଖାଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମାଟେ ଫେଡେରିକସେନ । ପଟ୍ଟଚିତ୍ରଟି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲଗାଯାଇଛି । ଭାରତ ଗସ୍ତ ସମୟରେ ଏହି ପଟ୍ଟଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ବୋଲି ଫେଡେରିକସେନ ମୋଦୀଙ୍କୁ କହିଛନ୍ତି ।

ଏହା ପରେ ଫେଡେରିକସେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ମୋଦୀ କହିଛନ୍ତି ଯେ ରୁଷ ଓ ୟୁକ୍ରେନ ତୁରନ୍ତ ଯୁଦ୍ଧ ବିରତି କରିବା ସହ ଆଲୋଚନା ଓ କୂଟନୈତିକ ଉପାୟରେ ବିବାଦର ସମାଧାନ କରନ୍ତୁ । ଅନ୍ୟପକ୍ଷରେ ଏକ ମୁକ୍ତ ଓ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସପକ୍ଷରେ ଭାରତ ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଫେଡେରିକସେନ କହିଛନ୍ତି ଯେ ମୋଦୀଙ୍କ ଆଲୋଚନା ବେଳେ ୟୁକ୍ରେନ ଯୁଦ୍ଧ ବେଳେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଓ ହତ୍ୟା କଥା ଉଠିଥିଲା । ବିଶେଷକରି ବୁଚାଠାରେ ହୋଇଥିବା ଭୟଙ୍କର ଗଣହତ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା ।

Leave A Reply

Your email address will not be published.