mobile header

ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ସ୍ୱାଧୀନତା ର ଦୀର୍ଘ ୭ ଦଶନ୍ଧି ପରେ ଆଜି ଦୁର୍ଗମ ଅଞ୍ଚଳରେ ପହଁଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା। ଜିଲ୍ଲା ପରିଷଦ ଅଧ୍ୟକ୍ଷା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ର ଦୁର୍ଗମ ଅଂଚଳ ବାୟାପଡା ଗ୍ରାମକୁ ଗସ୍ତ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ନିଜ ଗାଡି ଯୋଗେ ପଂଚାୟତ ରୁ ଚାଉଳ ନେଇ ଲୋକଙ୍କୁ ସେଠାରେ ବଣ୍ଟନ କରିଥିଲେ। ତେବେ ଏହି ବାୟାପଡା ଗ୍ରାମଟି ପଞ୍ଚାୟତ ରୁ ୫୦ ରୁ ୬୦ କିଲୋମିଟର ଦୂରତା ହେବା ସହ ପାହାଡିଆ ରାସ୍ତା ହୋଇଥିବା ହେତୁ ଏଠାକୁ ପ୍ରାୟ ସମୟରେ ଚାଉଳ ନେବାକୁ ଆସି ଲୋକେ ହଇରାଣ ହେଉଥିଲେ। ତେବେ ଏହି ଖବର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜାଣିବା ପରେ ସେ ନିଜେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଦୁର୍ଗମ ବାୟାପଡା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ସେ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। ଏବଂ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ଗୁଡିକ କିପରି ତୁରନ୍ତ କାର୍ଯ୍ୟକାରୀ ହେବ ସେନେଇ ଆଲୋଚନା କରିଥିଲେ।

ବାୟାପଡା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟ ରେ ପିଲା କିପରି ଶିକ୍ଷାଲାଭ କରୁଛନ୍ତି ତାହା ସମୀକ୍ଷା କରିଥିଲେ। ଏଥିସହିତ ଭଗ୍ନ ଅବସ୍ଥାରେ ଥିବା ବିଦ୍ୟାଳୟ ଟି ର ପୁନଃରୁଦ୍ଧାର ତୁରନ୍ତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଟାଙ୍ଗଲୁ ପ୍ରତିଶୃତି ଦେଇଥିଲେ। ତେବେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କର ଏହି ଗସ୍ତ ସମୟରେ କୋରୁକୋଣ୍ଡା ବ୍ଲକ ଚେୟାରମ୍ୟାନ ଜିତୁ ବୁରୁଡ଼ି, ସାଂସଦ ପ୍ରତିନିଧି ମଦନ ଖୋସଲା, ରଞ୍ଜନ ପାଙ୍ଗି, ସୋମନାଥ ବାରସେ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.