xmas

ନେପାଳର ପ୍ରସିଦ୍ଧ ପବ୍‌ରେ ରାହୁଲ ଗାନ୍ଧି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜିକାଲି ନେପାଳ ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧିଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ସେ କାଠମାଣ୍ଡୁର ଏକ ନାଇଟ୍‌କ୍ଲବରେ ଅଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ବିଜେପି ଏବେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଘେରିଛି। କୁହାଯାଉଛି ଯେ, ଏହି ଭିଡିଓ ‘ଲର୍ଡ ଅଫ୍ ଦ ଡ୍ରିଙ୍କସ୍ ନେପାଳ’ ର ରହିଛି।

ବିଜେପି ମୁଖପାତ୍ର ଶୋହଜାଦ୍ ପୁନୱାଲା କହିଛନ୍ତି, ରାହୁଲ ଗାନ୍ଧି କ’ଣ କରୁଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମାମଲା। କିନ୍ତୁ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ହେଉଛି, ରାଜସ୍ଥାନରେ କଂଗ୍ରେସର ସରକାର ରହିଛି, ରାଜସ୍ଥାନ ଜଳୁଛି। ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ବଦଳରେ ରାହୁଲ ଗାନ୍ଧି ନେପାଳରେ ନାଇଟ କ୍ଲବରେ ପାର୍ଟି କରୁଛନ୍ତି। ତାଙ୍କୁ ଭାରତର ଲୋକଙ୍କ ସମସ୍ୟା ବିଷୟରେ ଜାଣିବା ଦରକାର।

ପୁନୱାଲା କହିଛନ୍ତି, କଂଗ୍ରେସ ପାର୍ଟି ଶେଷ ହୋଇଯାଇଛି, କିନ୍ତୁ ରାହୁଲ ଗାନ୍ଧିଙ୍କ ପାର୍ଟି ସେଭଳି ଚାଲିବ। ସେ ରାଜନୀତିରେ ଗମ୍ଭୀର ନୁହନ୍ତି। ଯେତେବେଳେ ତାଙ୍କର ପାର୍ଟି ଓ ଦେଶର ଲୋକଙ୍କୁ ତାଙ୍କର ଦରକାର, ସେବେଠାରୁ ସେମାନେ ନେପାଳରରେ ପାର୍ଟି କରୁଛନ୍ତି। କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ରାହୁଲ ଗାନ୍ଧିଙ୍କ ଭିଡିଓ ସେୟାର କରି ସମାଲୋଚନା କରିଛନ୍ତି। ଭାକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍ ଫରେନ୍ ଭିଜିଟ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ।

ଅନ୍ୟପକ୍ଷେ ବିଜେପିର ଅନ୍ୟ ନେତା କପିଲ ମିଶ୍ରା ଟ୍ବିଟ୍ କରି କହିଛନ୍ତି, ଏହା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ମାମଲା ନୁହେଁ। ସେ ପଚାରିଛନ୍ତି, ରାହୁଲ ଗାନ୍ଧି କାହା ସହିତ ଅଛନ୍ତି? କ’ଣ ଚାଇନାର ଏଜେଣ୍ଟଙ୍କ ସହିତ ଅଛନ୍ତି ? କ’ଣ ରାହୁଲ ଗାନ୍ଧି ଯେଉଁ ଟ୍ୱିଟ କରିଛନ୍ତି ସେନା ବିରୋଧରେ ସେମାନେ ଚାଇନାକୁ ଚାପରେ ରଖନ୍ତି ? ପ୍ରଶ୍ନ ତ ନିହାତି ପଚରା ଯିବ? ପ୍ରଶ୍ନ ରାହୁଲ ଗାନ୍ଧିଙ୍କର ନୁହେଁ, ଦେଶର। ବିଜେପିର ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲବୀୟ ଟ୍ବିଟ୍‌ କରିଛନ୍ତି, ଯେତେବେଳେ ମୁମ୍ବାଇ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ରାହୁଲ ଗାନ୍ଧି ନାଇଟ କ୍ଲବରେ ଥିଲେ। ଏବେ ଯେତେବେଳେ ତାଙ୍କର ପାର୍ଟି ସଙ୍କଟରେ ରହିଛି, ସେତେବେଳେ ସେ ନାଇଟ କ୍ଲବରେ ଅଛନ୍ତି। ତାଙ୍କ ଭିତରେ ଏହି ନିରନ୍ତରତା ରହିଛି।

Leave A Reply

Your email address will not be published.