mobile header

ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମିକ ବିକାଶକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

ଭୁବନେଶ୍ବର ୦୩।୦୫: ଘରୋଇ ଇଞ୍ଜିନିୟର କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଝାଡଖଣ୍ଡରୁ ଅଭିଯୁକ୍ତ ବିକାଶ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକା ପାୟଲ ମହାପାତ୍ର ଗିରଫ ହୋଇଥିଲେ।

ଖବର ଅନୁଯାୟୀ, ପାୟଲ ସମ୍ପୃକ୍ତ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ଉକ୍ତ କଲେଜର ୨୦୧୯ ପାସ୍‌ଆଉଟ୍‌ ଛାତ୍ର ବିକାଶଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା । ବିକାଶ ଏହାର ସୁଯୋଗକୁ ହାତଛଡ଼ା କରି ନଥିଲେ । ବାପା ମାଙ୍କ ସ୍ୱାସ୍ଥ୍ୟଗତ ବାହାନା ଦେଖାଇ ପାୟଲଙ୍କୁ ଟ୍ରାପ କରିବାରେ ସକ୍ଷମ ହୋଇଥିଲେ । ବିକାଶଙ୍କ ପ୍ରେମରେ ପାଗଳ ପାୟଲ ଶେଷରେ କଲେଜ ଆକାଉଣ୍ଟ୍‌ରୁ ଟଙ୍କା ନେଇ ନିଜ ଆକାଉଣ୍ଟ୍‌ରେ ଡିପୋଜିଟ୍‌ କରି ଚାଲିଥିଲେ । ପରେ ଉକ୍ତ ଟଙ୍କାକୁ ଫୋନ୍‌ ପେ’ ଓ ଆକାଉଣ୍ଟ୍‌ ଟ୍ରାନ୍ସଫର ଜରିଆରେ ବିକାଶଙ୍କ ଆକାଉଣ୍ଟ୍‌କୁ ପଠାଇ ଦେଉଥିଲେ । ଏଭଳି ସେ ଗତ ବର୍ଷକ ମଧ୍ୟରେ କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ଚଳୁ କରି ଦେଇଥିଲେ। କଲେଜ ଆକାଉଣ୍ଟ୍‌ ଅଡିଟ୍‌ ସମୟରେ ଏହି ଆତ୍ମସାତ ଘଟଣା ପଦାକୁ ଆସିଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ପୁଲିସ ପାୟଲଙ୍କୁ ଗିରଫ କରିଥିଲା । ଆଉ ଏବେ ପ୍ରେମିକ ବିକାଶ କୁମାରକୁ ଝାଡଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପୋଲିସ । ଏହି ରିମାଣ୍ଡ ସମୟରେ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ ।

Leave A Reply

Your email address will not be published.