mobile header

ରାଜ୍ୟସ୍ତରରେ ଚମକିଲେ ପାପଡାହାଣ୍ଡି ପ୍ରାଣୀ ଚିକିତ୍ସକ ଡ଼ଃ ଚିନ୍ମୟ ମାଝୀ

ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଶନିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଚିନ୍ମୟ ମାଝୀଙ୍କୁ VAS ବିଭାଗରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ସଫଳତାର ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବିଭାଗୀୟ ଅଧିକାରୀ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର କାଯ୍ୟ ଦକ୍ଷତା ଯୋଗୁଁ ଅତି କମ ଦିନ ମଧ୍ୟରେ ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରିଛନ୍ତି। ରାଜ୍ୟର ଅନେକ ପ୍ରାଣୀ ଚିକିତ୍ସକଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ କୃଷି ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟର ମୁଖ୍ୟ ପ୍ରଶାସକ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ପ୍ରଧାନ ସଚିବ ଶ୍ରୀ ଆର ରଘୁପ୍ରସାଦ ଯୋଗ ଦେଇଥିଲେ।

ଡ଼ଃ ଚିନ୍ମୟ ମାଝୀ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଠାରୁ ଏହି ସମ୍ମାନିତ ହୋଇଛନ୍ତି। ରାଜ୍ୟର ଶ୍ରେଷ୍ଠ ଏମବିବିଏସ ପ୍ରାଣୀ ଚିକିତ୍ସକ ଭାବେ ତାଙ୍କୁ ମାନ ପତ୍ର ଓ ଟ୍ରଫି ଦିଆଯାଇଛି। ଆଜି ସେ ଗ୍ରାମରେ ପହଞ୍ଚିଵା ପରେ ଗ୍ରାମବାସୀ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ। ବର୍ତମାନ ସେ ପାପଡାହାଣ୍ଡିରେ କାର୍ଯ୍ୟରତ ରହିଥିବା ବେଳେ ସେ ସୁଦର୍ଶନ ମାଝୀଙ୍କ ପୁଅ ତଥା ନବରଙ୍ଗପୁରର ପୂର୍ବତନ ଏମପି ପର୍ଶୁରାମ ମାଝୀଙ୍କ ପୁତୁରା ଅଟନ୍ତି।

Leave A Reply

Your email address will not be published.