mobile header

ଯୁକ୍ତ 3 ଛାତ୍ରୀ ର ଝୁଲନ୍ତା ଶବ ଜଙ୍ଗଲ ଭିତର ରୁ ଉଧାର । ଆତ୍ମହତ୍ୟା ନା ହତ୍ଯା କାରଣ ଅସ୍ପଷ୍ଟ


l
କାଲିମେଳା ତା ୫/୫ମା କୁ କଲେଜ ଯାଉଛି କହି ଘରୁ ସକାଳ ସାତଟା ସମୟରେ ବାହାରିଥିବା କନ୍ୟାର ଶବ ଜଙ୍ଗଲ ଏକ ଗଛରେ ଝୁଲୁ ଥିବା ଦୂର୍ଷ୍ୟ ଅଂଚଳରେ ଚକିତ ସୃଷ୍ଟି କରିଛି, ଏହିପରି ଦୂର୍ଷ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି 79 ଥାନା ଅନ୍ତର୍ଗତ ଏମଭି 72 କମାର ଗୁଡା ଗ୍ରାମ ନିକଟ BSF କ୍ୟାମ୍ପ ପଛପଟ କେନାଲ ଜଙ୍ଗଲ ର ଏକ ଗଛରେ ଛାତ୍ରୀ ଜଣଙ୍କ ଝୁଲୁଥିବା ଦେଖିବାକୁ ମିଳିଛି, ଛାତ୍ରୀ ଜଣଙ୍କ ହେଉଛନ୍ତି ଏମଭି 79 ଥାନା ଅନ୍ତର୍ଗତ ଏମପିଭି 36 ଗ୍ରାମର ମୃତ ନିଖିଲ ସର୍ଦାର ଙ୍କ ଏକ ମାତ୍ର କନ୍ୟା ଶଙ୍କରି ସର୍ଦାର, ଶଙ୍କରି କାଲିମେଳା ଆଞ୍ଚଳିକ ମହା ବିଦ୍ୟାଳୟ ର ଯୁକ୍ତ 3ପ୍ରଥମ ବର୍ଷ ର ଛାତ୍ରୀ ବୋଲି ଜଣା ଯାଇଛି, ସେ ଆଜି ସକାଳେ ମା ବିଶାଖା ଙ୍କୁ କଲେଜ ଯାଉଛି କହି ଘରୁ ବାହାରିଥିଲା କିନ୍ତୁ କମାର ଗୁଡା ଗ୍ରାମ BSF କ୍ୟାମ୍ପ ପଛପଟ କେନାଲ ଜଙ୍ଗଲ ରେ ଆତ୍ମ ହତ୍ୟା କରିଥିବା କିଛି ଲୋକ ପୂର୍ବାର୍ଣ୍ଣ ପାଖାପାଖୀ ୧୧ ଟା ସମୟରେ ଦେଖିବାକୁ ପାଇଥିଲେ,ଏ ନେଇ ପରିବାର ବର୍ଗ ଖବର ପାଇ ଘଟଣା ସ୍ଥଳେ ପହଁଚିବା ସହ ଏମ:ଭି :୭୯ ଥାନା ପୋଲିସ ମଧ୍ୟ୍ୟ ପହଂଚି ଥିଲେ ।ପୋଲିସ ଏ ନେଇ କେସ ନମ୍ବର ୮/୨୨ ରେ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାର ତଦନ୍ତ ଦାଇତ୍ୱ ଏ ଏସ ଆଇ ଶ୍ରୀ ରାଜେନ୍ଦ୍ର ପାଙ୍ଗି ବହନ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୁକୁନ୍ଦ ମେଲକା ପ୍ରକାଶ କରିଛନ୍ତି ।ଛାତ୍ରୀ ଜଣକ ସେଠାକୁ କେମିତି ଓ କାହିଁକି ଗଲେ ଆତ୍ମ ହତ୍ୟା ନା ହତ୍ୟା ।ଏହାକୁ ନେଇ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି l ଶବ ବେବ ଛେଦ ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି l ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗ ଙ୍କୁ ମର ଶରୀର ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ର ରୁ ଜଣାପଡିଛି।

Leave A Reply

Your email address will not be published.