xmas

ମୋବାଇଲ୍ ଚୋର ଧରିବାକୁ ବୁଲିଲା ବେଞ୍ଚ୍‌

ମୋବାଇଲ୍ ଚୋରକୁ ଧରିବାକୁ ବୁଲିଲା ବେଞ୍ଚ। ଗାଁରେ ୟା ଘରକୁ ତା ଘରକୁ ବେଞ୍ଚ କାନ୍ଧେଇ ବୁଲିଲେ ଲୋକେ। ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହରିବୋଲ ପକାଉଥିଲେ। ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ବିଲକୁଲ ସତ। ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ ସତେ ଯେପରି ହଜି ଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ।

ସୂଚନା ଅନୁସାରେ, ତିନି ଦିନ ତଳେ ଜଳସୁଆଁ ଗାଁର ଜଣେ ଯୁବକଙ୍କ ମୋବାଇଲ୍ ନଦୀ କୂଳରୁ ଚୋରି ହୋଇ ଯାଇଥିଲା। ବହୁତ ଖୋଜାଖୋଜି ପରେ ମୋବାଇଲ ମିଳି ନଥିଲା। ଶେଷରେ ମୋବାଇଲ ଖୋଜିବାକୁ ଗୁଣିଆକୁ ଡକା ଯାଇଥିଲା। ଆଜି ସକାଳେ ଗୁଣିଆ ଗାଁରେ ପହଞ୍ଚିବା ପରେ ଚୋର ଧରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁଣିଆଙ୍କ ନିର୍ଦ୍ଦେଶ ଅନୁସାରେ ଏକ କାଠ ବେଞ୍ଚ ଆଣି ପୂଜା କରାଯାଇଥିଲା। ପରେ ୪ ଜଣ ଯୁବକ ବେଞ୍ଚ ଧରି ଗାଁର ୟା ଘରୁ ତା’ ଘରକୁ ବୁଲିଥିଲେ। ଗାଁ ଲୋକେ ମଧ୍ୟ ଉତ୍ସାହ ସହ ହରିବୋଲ ପକାଇ ବେଞ୍ଚ ସହ ବୁଲିଥିଲେ। ମଝିରେ ମଝିରେ ଗୁଣିଆ ମଧ୍ୟ ବେଞ୍ଚକୁ ଚୋର ଧରିବାକୁ ହୁକୁମ୍ ଦେଉଥିବା ଦେଖିବାକୁ ମିଳିଥିଲା। ବେଞ୍ଚ ମୋବାଇଲ ଚୋରକୁ ଧରି ପାରିଲାକି ନାହିଁ, ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.