ପୂର୍ବ ଶତୃତାକୁ ନେଇ ଟ୍ରକ ଚଢାଇ ପଞ୍ଚାୟତ ପିଅନକୁ ହତ୍ୟା: ହତ୍ୟାକାରୀ ଗିରଫ,ଟ୍ରକ ଜବତ

Jaipur. Sudhansu Parida….

ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ଠାକୁରପାଟଣା ଗ୍ରାମ ନିକଟରେ ଜଣେ ବ୍ୟକ୍ତି ସେହି ପଞ୍ଚାୟତରେ କାର୍ଯ୍ୟରତ ପିଅନକୁ ଟ୍ରକ ଚଢାଇ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି! ହତ୍ୟାର ଶୀକାର ହୋଇଥିବା ପଞ୍ଚାୟତ ପିଅନଙ୍କ ନାମ ବସନ୍ତ ସାହୁ ତାଙ୍କ ଘର ସେହି ପଞ୍ଚାୟତର ବିଲିକଣା ଗ୍ରାମରେ ଓ ତାଙ୍କ ବୟଷ ପ୍ରାୟ ୬୧ ବର୍ଷ ହେବ ! ଏହିଘଟଣାରେ ହତ୍ୟାକାରୀ ଅଶୋକ ବଳକୁ।ପୋଲିସ ଗିରଫ କରିଥିଲାବେଳେ ସେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟ୍ରକକୁ ଜବତ କରାଯାଇଛି! ପ୍ରାପ୍ତ ସୂଚନା ଅନୁଯାଇ ଅଶୋକ ବଳ ଓ ବସନ୍ତ ସାହୁଙ୍କ ପରିବାର ମଧ୍ୟରେ ଏକ ପରକୀୟା ପ୍ରିତି ଘଟଣାକୁ ନେଇ ପୂର୍ବ ଶତୃତା ରହିଥିଲା! ଗତ ୪/୫ ଦିନ ତଳେ ବସନ୍ତ ପରିବାର ଲୋକେ ଅଶୋକ ପରିବାରର ଜଣେ ବ୍ୟକ୍ତିକୁ ମାରଧର କରିଥିଲେ ! ଏହି।ଘଟଣାରେ ପ୍ରତିହିନସା ପରାୟଣ ହୋଇ ଅଶୋକ ଏହି କାଣ୍ଡ ଘଟାଇଥିବା କୁହାଯାଉଛି ! ଗୁରୁବାର ସକାଳୁ ବସନ୍ତ ସାଇକେଲଯୋଗେ ନିଜ ଘରୁ ପଞ୍ଚାୟତ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲା ବେଳେ ପୂର୍ବ ଯୋଜନା ମୁତାବକ ଟ୍ରକଧରି ସେଠାରେ ଜଗିରହିଥିବା ଅଶୋକ ଅଗତ୍ୟା ଦୃତଗତୀରେ ଆସି ବସନ୍ତ ଉପରେ ଟ୍ରକ ଚଢାଇ ଦେଇଥିଲେ! ବସନ୍ତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯିବା ଦେଖିବା ପରେ ସେ ଟ୍ରକ ନେଇ ଫେରାର ହୋଇଯାଇଥିଲେ! ଏହି ଖବର ପ୍ରଚାର ହେବାପରେ ଘଟଣା ସ୍ଥଳରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା! ବସନ୍ତଙ୍କ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି କରିଥିଲେ! ପରିସ୍ଥିତି ହିସାତ୍ମକ ହେବା ପୂର୍ବରୁ ବଡଚଣା ଥାନା ଅଧିକାରୀ ସୁଶିନ କୁମାର ନାୟକ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେବା ସହ ମୃତଦେହକୁ ବ୍ୟବଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ ! ପରେ ମୃତ ବସନ୍ତଙ୍କ ପୁଅର ଏତଲାକୁ ଭିତିକରି ଥାନା କେଶ ନମ୍ବର ୧୫୦/୨୨ ରେ ଏକ ହତ୍ୟା ମାମଲା ରୁଜୁକରି ପୋଲିସ ପାଖ ଗାଁ ନିକଟରୁ ହତ୍ୟାକାରୀ ଅଶୋକକୁ ଗିରଫ କରିବାସହ ସେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟ୍ରକକୁ ମଧ୍ୟ ଜବତ କରିଥିଲେ! ଏହି ଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି! ସେଥିପ୍ରତି ନଜର ରଖାଯାଇଥିବା ପୋଲିସ ସୂଚନା ଦେଇଛି

Leave A Reply

Your email address will not be published.