ଅଲ ଇଣ୍ଡିଆ ପଞ୍ଚାୟତରାଜ ପରିଷଦର ସମ୍ବିଧାନରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କୁ ରାଜ୍ୟ ପଞ୍ଚାୟତିରାଜ ପରିଷଦର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।
ମହାତ୍ମା ଗାନ୍ଧୀ ଏବଂ ଆମର ଅନ୍ୟ ମହାନ ନେତାଙ୍କ ଦ୍ୱାରା ଅନୁଷ୍ଠିତ ପଞ୍ଚାୟତିରାଜ ଏବଂ ଗ୍ରାମ ସ୍ୱରାଜର ଲକ୍ଷ୍ୟ ହାସଲ କରିବା ପାଇଁ ସଂଗଠନର ଲକ୍ଷ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସମୟ ଓ ଶକ୍ତିକୁ ଆନ୍ତରିକତାର ସହ ଉତ୍ସର୍ଗ କରିବା ଉଦ୍ଦେଶ୍ୟରେ ଏହି ନିଯୁକ୍ତି କରାଯାଇଥିବା ଜଣାପଡିଛି। ଅଖିଳ ଭାରତୀୟ ପଞ୍ଚାୟତ ପରିଷଦର ସଭାପତି ସୁବୋଧ କାନ୍ତ ସାହାଲ ଏହି ନିଯୁକ୍ତି ଦେଇଛନ୍ତି। ଏକ ପତ୍ର ମାଧ୍ୟମରେ ଉଲ୍ଲେଖ କରି ଏହାର ନକଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତରାଜ ମନ୍ତ୍ରୀ ଓ ସଚିବଙ୍କୁ ଦିଆ ଯାଇଥିବା କୁହାଯାଇଛି।