mobile header

ବିନା ପ୍ରଶିକ୍ଷଣରେ ନିଆରା କଳାକୃତି

ବାଲେଶ୍ବର ଗୋପାଳପୁର ନୂଆପୁର ଅଞ୍ଚଳର ଶଙ୍କର୍ଷଣ ଜେନା ଓ ବଧୁରିତା ଜେନାଙ୍କ ବଡ଼ଝିଅ ପ୍ରତ୍ୟୁସିନୀ(୨୪)।

ପେସାରେ ପ୍ରତ୍ୟୁସିନୀ ଶିକ୍ଷୟିତ୍ରୀ ହୋଇଥିବା ବେଳେ ନିଶା କିନ୍ତୁ ତାଙ୍କର ଚିତ୍ରକଳା। ଏବେ ସେ ମାଲକାନାଗିରିରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା।ଆଜି ସେ ଜଣେ ଦକ୍ଷ ଚିତ୍ରଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ପ୍ରତ୍ୟୁସିନୀ ବିଶେଷକରି ବାଲେଶ୍ବରର ପର୍ଯ୍ୟଟନ ଶିଳ୍ପ, କରୋନାର ସଚେତନତାର ବାର୍ତ୍ତା, ରାଧାକୃଷ୍ଣଙ୍କ ବିଭିନ୍ନ କଳାକୃତି, ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ରୂପକୁ ସେ ଏହି ଚିତ୍ରକଳା ମାଧ୍ୟମରେ ଦେଖାଇଛନ୍ତି। ଚାକିରି ପରେ ଯେତିକି ସମୟ ମିଳେ ସେ ଚିତ୍ରକଳାକୁ ଗୁରୁତ୍ବ ଦେଇଥାନ୍ତି।

Leave A Reply

Your email address will not be published.