
କାଲିମେଳା ତା ୬/୫ ମାଲାକାନଗିରି ଜିଲ୍ଲା ଏମଭି79 ଥାନା ପକ୍ଷରୁ ଥାନା ସମ୍ମୁଖରେ ଥିବା ନାକା ରେ ଗତ କାଲି ଗୁରୁବାର ଦିନ 11 ଟା45 ସମୟରେ ଗାଡି ମୋଟର ଯାଞ୍ଚ ସମୟରେ ଏକ କଳା ରଙ୍ଗର ହୋଣ୍ଡା SP125 ଯାହାର ନଂ OD33 AD3177 ବାଇକ କାଲିମେଳା ଆଡୁ ମୋଟୁ ଅଭିମୁଖେ ଯାଉଥିବା ସମୟରେ ରେ ଦୁଇ ଜଣ ବ୍ୟକ୍ତି ଙ୍କ ଠାରୁ 22 kg 700 ଗ୍ରାମ ଗଞ୍ଜେଇ SI ସଞ୍ଜୟ କୁମାର ବଡସେଠି ସହ ଅନ୍ୟ କର୍ମଚାରୀ ଜବତ କରିଥିଲେ l ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତ କାଲିମେଳା ଅଞ୍ଚଳ ର ପନିମେଟାଲା ର ଶିବ ମାଡକାମୀ(19),ଗୋବିନ୍ଦ ମାଡକାମୀ(17)ଙ୍କୁ ପୋଲିସ ଗିରଫ କରି ଏକ NDPS କେସ ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l କେସ ନଂ 42/22 ,U/s 20(b) (ii)C ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଗଞ୍ଜେଇ କାରବାର ରେ ଅନ୍ୟ କେହି ବ୍ୟକ୍ତି ସାମିଲ ରହିଛନ୍ତି କି ନାହିଁ ତାହାର ଅଧିକ ତଦନ୍ତ କୁରୁଥିବାର ଏମଭି 79 ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି l