mobile header

ଗିନିଜ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ

କେନ୍ଦୁଝରର ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ। ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା କେନ୍ଦୁଝରର ରଥ। ଗିନିଜ୍ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇବା ନେଇ ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ।୪ଶହ ବର୍ଷ ରୁ ଅଧିକ ପୁରୁଣା ଏହି ରଥଯାତ୍ରା ପାଇଁ କେନ୍ଦୁଝର ଓ ଆଖପାଖ ଅଂଚଳର ଲକ୍ଷାଧିକ ଭକ୍ତ ଅନାଇବସିଥାନ୍ତି। ଏହି ରଥକୁ ବିଶ୍ୱର ସର୍ବବୃହତ ରଥ ଭାବେ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ୫ଟି ସଂସ୍ଥା ସ୍ୱୀକୃତି ପ୍ରଦାନ କରିଛନ୍ତି । ଆଦିବାସୀ ପରମ୍ପରାରେ ହେଉଥିବା ଏହି ରଥଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥାଏ ।
୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ରହିଛି ୧୬ଟି ଚକା । ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେର୍କଡସ, ଏସିଆ ପାସିଫିକ ରେର୍କଡ, ଇଣ୍ଡିଆ ନେସନାଲ ରେକର୍ଡ, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେର୍କଡ ବହିରେ ଏହା ସ୍ଥାନ ପାଇଛି। କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି।

Leave A Reply

Your email address will not be published.