
ମାଲକାନଗିରି,୭/୫: ମାଲକାନଗିରି ସମନ୍ଵିତ ଆଦିବାସୀ ସଂସ୍ଥାର ନୂତନ ପ୍ରକଳ୍ପ ଅଧିକାରୀ ତ୍ରିନାଥ ମାଝି ଦାୟୀତ୍ବ ନେବା ପରେ ପ୍ରଥମେ ସ୍ବାଭିମାନ ଅଂଚଳ ଗସ୍ତ କରିଛନ୍ତି।ଆଜି ସେ ସ୍ବାଭିମାନ ଅଂଚଳର ବଡପଡା,ପେପରମେଟଲା,ଯଡାମ୍ବ ଭଳି ପଞ୍ଚାୟତ ଗସ୍ତ କରି ସେହି ଅଂଚଳର ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ।ଏଥିସହ ସ୍ବାଭିମାନ ଅଂଚଳର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ।ସ୍କୁଲରେ ପାଠ ପଢା ଠାରୁ ଆରମ୍ଭ କରି ସ୍କୁଲଗୁଡିକର ଅବସ୍ତା ପରଖି ଥିଲେ।ରାଜ୍ୟ ସରକାର ସ୍ବାଭିମାନ ଅଂଚଳକୁ ସ୍ବତନ୍ତ୍ର ଫୋକସ କରୁଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଅଂଚଳକୁ ସ୍ବତନ୍ତ୍ର ଧ୍ୟାନ ଦେଉଛି।ଯାହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି।ପ୍ରକଳ୍ପ ପ୍ରଶାସକ ଏହି ଗସ୍ତ ଆଗକୁ ଏହି ଅଂଚଳର ଉନ୍ନୟନ କାର୍ଯ୍ୟରେ ଆହୁରି ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।ଏହି ଅଂଚଳର ଆଦିବାସୀ ଲୋକଙ୍କର ଉନ୍ନତି ପାଇଁ ସମନ୍ବିତ ଆଦିବାସୀ ସଂସ୍ଥା ତରଫରୁ ବିଭିନ୍ନ ପ୍ରକାର ଆତ୍ମନିର୍ଭରଶୀଳ କାର୍ଯ୍ୟକ୍ରମ ଚାଲିଛି।ଯାହାକୁ ନେଇ ସଂସ୍ଥା କୋଟି କୋଟି ଟଂକା ଖର୍ଚ୍ଚ କରୁଛି।ଗତ ଦିନରେ ଏହି ସଂସ୍ଥା ତରଫରୁ ବହୁ ଦୁର୍ନୀତି ପଦାରେ ପଡି ହାଟରେ ଗଡିଥିଲା।ସ୍ବାଭିମାନ ଅଂଚଳ ଗସ୍ତ ବେଳେ ପ୍ରକଳ୍ପ ଅଧିକାରୀ ଶ୍ରୀ ମାଝିଙ୍କ ସହ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ସେଠ ମଧ୍ୟ ରହିଥିଲେ।ପୂର୍ବରୁ ଏହି ଜିଲ୍ଲା ରେ ବି ଡି ଓ ଭାବରେ ଲୋକଙ୍କ କାର୍ଯ୍ୟ କରି ଅତି ନିକଟତର ହୋଇପାରିଥିଲେ ।ପ୍ରକଳ୍ପ ପ୍ରଶାସକ ଭାବରେ କାର୍ଯ୍ୟରେ ଯୋଗଦାନ ପରେ ସ୍ୱାଭିମାନ ଅଞ୍ଚଳ ଗସ୍ତ ପରେ ସେହି ଅଞ୍ଚଳରେ ବହୁ ଉନ୍ନୟନ କାର୍ଯ୍ୟ କରିବେ ବୋଲି ସ୍ୱାଭିମାନ ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି ।