mobile header

ଚିତ୍ରକୋଣ୍ଡା ବ୍ଲକରେ ଜିଲାପାଳ ଵିଶାଲ ସିଙ୍ଗ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା:-09/05/2022- ଆଜି ଚିତ୍ରକୋଣ୍ଡା ବ୍ଲକରେ ସଭାଗୃହ ଠାରେ ମାଲକାନଗିରି ଜିଲାପାଳ ଵିଶାଲ ସିଙ୍ଗ ଙ୍କ ଅଧକ୍ଷତାରେ ଜିଲା ର ସମସ୍ତ ବିଭାଗୀୟ ଅଧିକାରୀ ଯଥା-ଉପ ଜିଲାପାଳ ଅକ୍ଷୟ କୁମାର ଖେମୁଡୁ,ଚିତ୍ରକୋଣ୍ଡା ବିଡ଼ିଓ ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ପିଏ -ଆଇଟିଡିଏ ତ୍ରିନାଥ ମାଝୀ, ଏସଏସସିଓ ପଦ୍ମ ରଞ୍ଜନ ଦାସ, ଡିଡବ୍ଲୁଓ କୃପାସିନ୍ଧୁ ବେହେରା,ଆଡିସନାଲ ଏସପି ଓପିଏସ ବଳଭଦ୍ର ଦୀପ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ଆରଡବ୍ଲୁଏସଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ରାଉତ, ଏସଡିଓ ମନୋଜ କୁମାର ନାୟକ,ଡିଏସଡବ୍ଲୁ ଓ, ଡିଏସଏସଓ, ବିଦୂତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଜିଲା ସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ଚିତ୍ରକୋଣ୍ଡା ବ୍ଲକ ଅଂଚଳର କୋଡିଏ ଗୋଟି ଅଭିଯୋଗ ର ଶୁଣାଣି କଲେ ଜିଲାପାଳ ବିଶାଲ ସିଙ୍ଗ l ଅଭିଯୋଗ ଭିତରେ ମୁଖ୍ୟ ସମସ୍ୟା ଥିଲା ପାଣି ସମସ୍ୟା, ପରେ ବିଦୂତ ସମସ୍ୟା, ଚିତ୍ରକୋଣ୍ଡା ଠାରୁ ଅପରେଟକଲୋନୀ ରାସ୍ତା, ଚିତ୍ରକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘର ଜରାଜୀର୍ଣ୍ଣ ଅବସ୍ଥା ଏବଂ ପୁରୁଷ ଓ ପ୍ରଧାନ ଶିକ୍ଷକ ଅଭାବ ଭଳି ବହୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଶୁଣାଣି କରାଯାଇଥିଲା l

Leave A Reply

Your email address will not be published.