
ଚିତ୍ରକୋଣ୍ଡା :-୦୯/୦୫
ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦିୱେଦି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସଆଇ ସର୍ବେଶ୍ଵର ଭୋଇ ଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ, ଡାଇକ-୧, ଡାଇକ-୨, ଡାଇକ-୩ ଅଞ୍ଚଳରେ ଗାଡ଼ି ମୋଟର ଯାଞ୍ଚ କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଦୁଇଜଣ ଲୋକ ଟନେଲକ୍ୟାମ୍ପ ଠାରୁ ୮୦୦ ମିଟର ଦୂରରେ ୫ ଟି ପ୍ଲାଷ୍ଟିକ ବ୍ୟାଗ ଧରି ଠିଆ ହୋଇଥିଲେ,ପୋଲିସ ସେମାନଙ୍କ ପାଖକୁ ଯିବାରୁ ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଲେ।ପୋଲିସ ସେମାନଙ୍କୁ ଗୋଡେଇ ଗୋଡେଇ ଧରିଥିଲେ,ସେମାନଙ୍କୁ ଆଣି ବ୍ୟାଗ ଗୁଡ଼ିକ ଖାନ ତଲାସୀ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।ସେହି ଗଞ୍ଜେଇ କୁ ଓଜନ କରିବାରୁ ୧୨୨ କିଲୋ ୭୦୦ ଗ୍ରାମ ହୋଇଥିଲା।ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶ କୁ ଚାଲାଣ ହେଉଥିଲା।ଏହି ମାମଲାରେ ବୁଦୁ ହରିଜନ(୪୦), ବୁଦୁରା ହରିଜନ(୪୫) ଉଭୟଙ୍କ ଘର ଡାଇକ-୩ ଅଞ୍ଚଳରେ।ଉଭୟଙ୍କୁ ଗିରଫ କରାଯାଇ କୋର୍ଟ କୁ ଚାଲାଣ କରାଯାଇଛି।