mobile header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବନ୍ଦ ଲାଗି କହିନାହାନ୍ତି ହାଇକୋର୍ଟ, ପୂର୍ବବତ୍ ଜାରି ରହିବ ନିର୍ମାଣ କାର୍ଯ୍ୟ

ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ଅନୁମତି ନଥିଲେ ବି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ । କାମ ବନ୍ଦ କରିବାକୁ ହାଇକୋର୍ଟ କହି ନ ଥିବାରୁ ତ୍ୱରାନ୍ୱିତ ବେଗରେ କାମ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି । ଅନ୍ୟପଟେ ନ୍ୟାସନାଲ ମୁନ୍ୟମେଣ୍ଟ ଅଥରିଟି (ଏନଏମଏ)ଙ୍କର ପ୍ରକଳ୍ପ ନେଇ ଏନଓସି ରହିଛି ଏବଂ ଓଡିଶା ସରକାର ଏଏସଆଇ ସହ ମିଶି କାମ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଛି । ସୂଚନା ମୁତାବକ ଆଜି ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି |

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସଆଇ ସତ୍ୟପାଠ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଏସଆଇ ସତ୍ୟପାଠରେ ସ୍ପଷ୍ଟ କରାଯାଇଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଭାରପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ କୌଣସି ଏନଓସି ମିଳିନାହିଁ। ସେହିପରି ସରକାର ଅନୁମତି ମାଗିବା ବେଳେ ଯେଉଁ ଡିଜାଇନ ଦେଇଥିଲେ ପ୍ରକଳ୍ପ ତିଆରି ବେଳେ ସେଥିରେ ପରିବର୍ତ୍ତନ କରି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖନନ ପାଇଁ ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚିଥାଇପାରେ ବୋଲି ପ୍ରତ୍ନତତ୍ୱ ବିଭାଗ ସତ୍ୟପାଠରେ ସଂକେତ ଦେଇଛି । ତେବେ ଏଏସଆଇଠାରୁ ଏ ବାବଦରେ ହାଇକୋର୍ଟ ବିସ୍ତୃତ ରିପୋର୍ଟ ମାଗିଛନ୍ତି | ପ୍ରକଳ୍ପ ଯୋଗୁଁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାର ନ୍ୟାସନାଲ୍ ମନୁମେଣ୍ଟ ଅଥରିଟିଙ୍କ ଏନଓସି ରହିଛି ବୋଲି କହିଥିବା ବେଳେ ଏନଏମଏକୁ ଯେଉଁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ଦିଆଯାଇଛି ଓ ବର୍ତ୍ତମାନ ଯେଉଁ ଡିପିଆର୍ ଅନୁସାରେ କାର୍ଯ୍ୟ ହେଉଛି ତାହା ସମାନ ନୁହେଁ ବୋଲି ଏଏସଆଇ ଜଣାଇଛି। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜୁନ ୨୦ ସୁଦ୍ଧା ଏହା ଉପରେ ଜବାବ ରଖିବାକୁ କହିଛନ୍ତି। ଜୁନ୍ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି |

Leave A Reply

Your email address will not be published.