
ବରଯାତ୍ରୀ ଗାଡି ସ୍ବାଭିମାନ ଅଂଚଲରେ ଓଲଟି ୨୦ ରୁ ଉର୍ଦ୍ଧ ଆହାତ। ଆହତ ଙ୍କୁ ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ତାର୍ଲକୋଟା ପଞ୍ଚାୟତ ରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଆନ୍ଦ୍ରାପଲ୍ଲୀ ପଞ୍ଚାୟତ ର ଓରାପଦର ଲଞ୍ଚ ଘାଟ ଠାରେ ଲଞ୍ଚ ଯୋଗେ ପହଞ୍ଚି ଥିଲେ । ସେଠାରେ ପୂର୍ବରୁ ସିଙ୍ଗୋଇ ଗାଁ ରୁ ଏକ ପିକ୍ ଭ୍ୟାନ ଅପେକ୍ଷା କରିଥିଲା । ସେହି ପିକ୍ ଭ୍ୟାନ ରେ ୩୫ ଜଣ ଶୀଙ୍ଗୋଇ ଗାଁ କୁ ଯିବା ସମୟେ, ଭ୍ୟାନ ଟି ଭାରସାମ୍ୟ ହରାଇ ଅନ୍ଦ୍ରାପାଲି ରାସ୍ତା କଡରେ ଓଲଟି ପଡିଥିଲା । ଘଟଣା ସ୍ଥଳେ ୨୦ ରୁ ଉର୍ଦ୍ଧ ଆହତ ହୋଇ ଥିବା ବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ଥାନୀୟ ପୋଲିସ ଅଧିକାରୀ ଚଂଦ୍ରକାନ୍ତି ତାଣ୍ଡି ଓ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ର ପୂର୍ବତନ ଥାନା ଅଧିକାରୀ ଅନିଲ ପରିଡା ଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତ୍ୱର ଅବସ୍ଥାରେ ଥିବା ୩ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି। ଅନ୍ୟ ଆହତ ଙ୍କ ଅବସ୍ଥା ପୂର୍ବରୁ ବର୍ତ୍ତମାନ ନିୟନ୍ତ୍ରଣ ରହିଛି ।