mobile header

ଜୁନ 3,4,5 ରେ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ


ଜହ୍ନ।ପଙ୍କ,୧୦/୫):ବୌଦ୍ଧ ବ୍ଳକ ଲଷ୍ମୀପ୍ରସ।ଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଈଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ହୋଇ ଯାଇଛି।ଏହି ଉପଲକ୍ଷେ ସଭାପତି ଅଶୋକ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାମ୍ପାଦକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇ ମହୋତ୍ସବଦ୍ଵାରା ଗନ୍ଧରାଡ଼ି ମହୋତ୍ସବ ଦ୍ଵାରା ଏହାର ବିକାଶ ହେବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଖ୍ୟାତି ବଢ଼ିବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ମହୋତ୍ସବରେ ଏହାର ପ୍ରଚାର ସାଙ୍ଗକୁ ବୌଦ୍ଧ ର କଳା, ସଂସ୍କୃତି ଓ ଲୋପ ପାଇବାକୁ ଥିବା ଜିଲ୍ଲାର ପୁରାତନ କଳାକୁ ଉଜ୍ଜୀବିତ କରିବା ଏହି ମହୋତ୍ସବ ଏକ ମାଧ୍ୟମ ବୋଲି କହି କହି ଅଞ୍ଚଳର ସହଯୋଗ କାମନା କରିଥିଲେ।ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶ୍ୱିନୀ ମେହେର,ବିଡିଓ ଦେବୀ ପ୍ରସାଦ ଦାସ, ଅଧ୍ୟାପକ ପ୍ରବୀର୍ କୁମାର ଦାସ,ଡ଼ି ଆଇ ପି ଆର ଓ ରିତ।କାନ୍ତ ବଳିଆର ସିଂ ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ ଗନ୍ଧରାଡି ମହୋତ୍ସବ ସମ୍ପର୍କରେ ମତ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ବାସୁଦେବ ପାତ୍ର ଗନ୍ଧରାଡ଼ି ମନ୍ଦିରର ଇତିହାସ ସମ୍ପର୍କରେବର୍ଣ୍ଣନା କରିବା ସହିତ ଏହା କିପରି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ପରିଚୟ ପାଇ ପାଇବ ସେଥିପ୍ରତି ପ୍ରଚାର ପ୍ରସାର ଓ ଏହାର ଉନ୍ନତିକରଣ ପାଇଁ ଗନ୍ଧରାଡି ମହୋତ୍ସବ ର ଆବଶ୍ୟକତା ଅଛି ବୋଲି ବକ୍ତବ୍ୟରେ କହିଥିଲେ।ଏହା ପରେ ପଣ୍ଡିତ ସୁଶୀଳ ପାଣିଗ୍ରାହୀ ଲଗ୍ନ ବାହାର କରି ଗନ୍ଧରାଡି ଲୋକକଳା ମହୋତ୍ସବ ହେବାପାଇଁ ଆସନ୍ତା ଜୁନ ମାସ ୩,୪,୫ ତାରିଖରେ ସ୍ଥିର କରାଗଲା।ଏବଂ ଚଳିତ ମାସ ୧୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ତିଥିରେ ଶୁଭ ସ୍ତମ୍ଭ ସ୍ଥାପନ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଙ୍କ କର କମଳରେ କରିବାପାଇଁ ଧାର୍ଯ୍ୟ କରାଗଲା।ବିଭିନ୍ନ ଅଞ୍ଚଳରୁ ବୈଠକକୁ ଆସିଥିବା ବିଭିନ୍ନ ସଭ୍ୟ ଓ କର୍ମକର୍ତ୍ତା ସ୍ୱଇଛ।ରେ ୨ ଲକ୍ଷ ୧୧ ହଜାର ଆର୍ଥିକ ସହାୟତା ରାଶି ଦେବାକୁ ସମ୍ମତି ପ୍ରଦାନ କରିଥିଲେ।ଶେଷରେ ଶମ୍ଭୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରଭାତ କୁମାର ସାଥପଥୀ,ମନରଞ୍ଜନ ପୁରୋହିତ,ସ୍ୱାଧୀନ କୁମାର ପ୍ରଧାନ, ଜ୍ଞାନ ରଞ୍ଜନ ପଟନାୟକ, ମନୋଜ ଗୁରୁ,ଅକ୍ଷୟ ସ୍ୱାଇଁ, ଭୋଳାଗିରି ସାହୁ,, ବିଦ୍ୟାଧର ସ୍ବାଇଁ, ସୁଧାଂଶୁ ଶେଖର ମିଶ୍ର, କୃତିବାସ ପଲିଆ, ଚେତ।ରାମ ପଟ୍ଟନାୟକ,ପ୍ରଭାତ ପ୍ରଧାନ, ବିଦ୍ୟାଧର ସ୍ୱାଇଁ, ଦେବାଶିଷ ପୁରୋହିତ, ସୀତାକାନ୍ତ ସିଂ, ସତ୍ୟ ନାରାୟଣ ପାଣି, ଦିପକ ଆଦର ପ୍ରମୁଖ ଉପସ୍ଥିତ ଥିଲେ।
ଫୋଟୋ, ମେଲ

Leave A Reply

Your email address will not be published.