mobile header

କଳଙ୍କରେ ଛିଟା…………………. ଖୁଡ଼ିକୁ ନେଇ ପୁତୁରା ଫେରାର l

କଳଙ୍କରେ ଛିଟା…………………. ଖୁଡ଼ିକୁ ନେଇ ପୁତୁରା ଫେରାର l

କୁହନ୍ତି ପ୍ରେମ ଅନ୍ଧ l ପ୍ରେମ କରିବାର କିଛି ବୟସ ନଥାଏ l ସେ ଯୁବପିଢ଼ି ହୁଅନ୍ତୁ ବା ବୟସ୍କ ହୁଅନ୍ତୁ l ସେମିତି ଏକ ପ୍ରେମରେ ପାଗଳ ହୋଇ ଜଣେ ବିବାହିତା ମହିଳା ଏକ ବିବାହିତ ନିଜର ପୁତୁରା ସାଙ୍ଗରେ ଫେରାର ହୋଇଯିବା ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି l ସୂଚନା ଅନୁଯାଇ ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ହରିପୁର ଗ୍ରାମର ଜଣେ ଆଗ ଧାଡ଼ିର ବିଜେଡି ନେତା ତଥା ପୂର୍ବତନ ସମିତିସଭ୍ୟଙ୍କ ଧର୍ମ ପତ୍ନୀ ସେହି ଗ୍ରାମର ଜଣେ ବିବାହିତ ପୁରୁଷ ସାଙ୍ଗରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଇ ଯାଇଥିଲେ ଯେ କେହି କାହାକୁ ଛାଡିବା ପାଇ ପ୍ରସ୍ତୁତ ନଥିଲେ l ଏମିତିକି ଏହି ଭଲ ପାଇବାକୁ ନେଇ ଦୁଇ ପରିବାର ଭିତରେ ବହୁବାର ଝଗଡା ମଧ୍ୟ ହୋଇଆସୁଥିଲା l ଏମିତି ଲୁଚିଛପି କେତେ ଦିନ ପ୍ରେମ କରିବା ପରିବାରକୁ ଡରି l ତେଣୁ ଶେଷରେ ଦୁହେଁ ମିଶି ବିଳମ୍ବିତ ରାତିରେ ଘରୁ ଫେରାର ହୋଇଯାଇଛନ୍ତି l ଏନେଇ ଫେରାର ହୋଇଯାଇଥିବା ମହିଳାଙ୍କ ସ୍ୱାମୀ ସ୍ଥାନୀୟ ଥାନାରେ ଅଭିଯୋଗ ଦାଏର କରିଛନ୍ତି l କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଜଣେ ଶାସକ ଦଳର ଆଗୁଆ ନେତା ଚାରିଆଡେ ବୁଲି ବଡ ବଡ ସୁନ୍ଦର ଭାଷଣ ମାରି ବିଭିନ୍ନ କଥା କହୁଛନ୍ତି l ପଞ୍ଚାୟତରେ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି କିନ୍ତୁ ନିଜ ଘରେ ନିଜ ସ୍ତ୍ରୀ ସେହି ଗ୍ରାମର ନିଜ ପୁତୁରା ସହିତ ପ୍ରେମ କରି ଫେରାର ହୋଇଯିବା ଘଟଣା କେମିତି ଜାଣି ପାରିଲେନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.