mobile header

କବ୍ଜା ପକ୍ଷରୁ ସ୍ୱର୍ଗତ ଦୂର୍ବlକ୍ଷ ବସ୍ତିଆ ଙ୍କ ସ୍ମୃତିଚlରଣ ସଭା

କଣ୍ଟାମାଳ: କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବଜା) ର ପୂର୍ବତନ ସଭାପତି ଦୂର୍ବlକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ତଥା ସ୍ମୃତିଚlରଣ ସଭା ଅନୁଷ୍ଠିତ ହୋଇଥିଲା l ସଂଘର ବରିଷ୍ଠ ଉପଦେଷ୍ଟା ଦିବ୍ୟ ଶଙ୍କର ରାଉତ ସଭାକୁ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ପୂର୍ଣ୍ଣ ଚରଣ ସାହୁ ପରିଚାଳନା କରିଥିଲେ l ଆରମ୍ଭରେ ଦିବଂଗତ ସ୍ୱର୍ଗତ ଦୂର୍ବକ୍ଷ ବସ୍ତିଆ ଓ ଆମ୍ବଗାଁ ର ସାମ୍ବାଦିକ ସୁରଥ ରଣା ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଥିଲା l ପରେ ସ୍ୱର୍ଗତ ଦୂର୍ବାକ୍ଷ ବସ୍ତିଆ ଙ୍କ ଫଟୋ ଚିତ୍ରରେ ସଂଘର ସମସ୍ତ ସଦସ୍ୟ ପୁଷ୍ପ, ଧୂପ, ଦୀପ ଦ୍ଵାରା ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ ସ୍ମୃତି ଚାରଣ କରାଯାଇଥିଲା l ଉପଦେଷ୍ଠl ଜୟ କୁମାର ମହାରଣl, ସଭ୍ୟ ବଂଶୀଧର ମାଝୀ, ଉପସଭାପତି ପ୍ରଭାତ କୁମାର୍ ସାହୁ ପ୍ରମୁଖ ବିଗତ ଦିନର ସ୍ମୃତି ଓ ଅନୁଭୂତି ବୟାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କୋଷlଧକ୍ଷ ଅନନ୍ତ୍ ଖମାରୀ, ସଦସ୍ୟ ଦେବାଶିଷ ମଲିକ, ଅକ୍ରୁର ସାହୁ, ବଳରାମ ବାଗ, ରବୀନ୍ଦ୍ର କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିବା ବେଳେ ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.