mobile header

ଓଡ଼ିଶା ଖେଳକୁଦର ଅଭାବନୀୟ ଚିତ୍ର,

ଖେଳାଳି ବକ୍ସିଂ ଲଢୁଛନ୍ତି, ରିଙ୍ଗ ନାହିଁ, ଆବଶ୍ୟକୀୟ ଅଫିସିଆଲ୍ କି ରେଫରି ନାହାନ୍ତି । ମାତ୍ର କିଛି ଘଂଟା ଭିତରେ ସରିଯାଇଛି ରାଜ୍ୟ ବକ୍ସିଂ ପ୍ରତିଯୋଗୀତା । ଏମିତି ନାହିଁ ନାହିଁ ଭିତରେ କଟକ ବାରବାଟୀ ଷ୍ଟାଡିୟମ୍ ସ୍ଥିତ ସଚିନ ତେନ୍ଦୁଲକର ଇନ୍ଡୋର ହଲ ଠାରେ ରାଜ୍ୟ ସବ୍ ଜୁନିୟର ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରତିଯୋଗୀଙ୍କ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ କଟକରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗୀତା ଅନେକ ଅବହେଳାର କଥାକୁ ପଦାରେ ପକାଇଛି । ଏଥିିରୁ ଅନୁମାନ କରାଯାଉଛି, ଉପର ଠାଉରିଆ ଭାବେ ବକ୍ସିଂ ଭଳି କ୍ରୀଡାକୁ ବଂଚାଇ ରଖିବା ପାଇଁ ଚେଷ୍ଟା ଚାଲିଛି । ରାଜ୍ୟ ସବ୍ ଜୁନିୟର ବକ୍ସିଂ ପ୍ରତିଯୋଗିତାରେ ମାତ୍ର ୫୦ ଜଣ ଭାଗ ନେଇଥିଲେ । ଖୁବ୍ କମ୍ ପ୍ରତିଯୋଗୀଙ୍କୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତା କରାଯାଇଥିବା ବେଳେ ଖେଳାଳିଙ୍କ ପାଇଁ ଖାଇବା-ପାନୀୟର ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି । ପ୍ରତିଯୋଗିତା ସରିଯାଇଛି, କିନ୍ତୁ ଏଯାଏଁ ଜଣାପଡିନି ବିଜେତା କିଏ । ଯାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ପ୍ରତିଯୋଗୀ ।

Leave A Reply

Your email address will not be published.