
ଵ୍ରହ୍ମପୁର ହାବିଲଦାର ଓ କନେଷ୍ଟେବଲ ସଂଘର ବିଭିନ୍ନ ପଦବୀ ପାଇଁ ଚଳିତବର୍ଷ ନିର୍ବାଚନ ହୋଇଛି। ଵ୍ରହ୍ମପୁର ପୋଲିସ ଜିଲାରେ ୭୫୦ ଜଣ ଭୋଟର ରହିଥିବା ବେଳେ ଏଥିରେ ୭୧୩ ଜଣ ମତ ସବ୍ୟସ୍ତ କରିଛନ୍ତି। ଜିଲାର ସମସ୍ତ ଥାନାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମସ୍ତ ଥାନାଧିକାରୀ ପ୍ରିଜାଇଡିଂ ଅଫିସର ଦାୟିତ୍ୱରେ ରହିଥିଲେ ବୋଲି ନିର୍ବାଚନ ଅଧିକାରୀ ତଥା ଏଏସପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସୋମବାର ଗଣତି ସରିବା ପରେ ବିଜୟୀ ପ୍ରଥୀଙ୍କ ତାଲିକା ପ୍ରକାଶ ପାଇଛି। ସଭାପତି ଭାବେ କାଳି ଚରଣ ପାତ୍ର , ସମ୍ପାଦକ ଭାବେ କେ. ଶ୍ରୀନିବାସ ପାତ୍ର, ଉପସଭାପତି ଭାବେ ବ୍ରମହା ନାରାୟଣ ସାମନ୍ତରାୟ , ସହ ସମ୍ପାଦକ- ୧ ଭାବେ ଦେବେନ୍ଦ୍ର ପ୍ରଧାନ , ସହ ସମ୍ପାଦକ -୨ ଭାବେ ଟୁଙ୍ଗୁରୁମାଳ ବିଷୋୟୀ , କୋଷଧକ୍ଷ ଭାବେ ଅନିଲ କୁମାର ପାତ୍ର , ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଆର. ଏସ.ପି . ରାଓ , ଶିଶିର ପାତ୍ର , ସଞ୍ଜୟ କୁମାର ଭୂୟାଁ ଓ ଲଳିତା ରାଓ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଘୋଷଣା କରିଛନ୍ତି।