
ମାଲକାନଗିରି, ତା .10.5.2022 ରିଖ,
ସାଇକ୍ଲୋନ ‘ଆସାନି’ର ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ, ଶ୍ରୀଯୁକ୍ତ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅସୁରକ୍ଷିତ ଘରେ ରହୁଥିବା ଲୋକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମମାନଙ୍କୁ ଅସୁରକ୍ଷିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି କଚା ଘରେ ବାସ କରୁ ଥିବା ଲୋକ ମାନଙ୍କୁ ନିରାପଦ ସ୍ଥାନ କୁ ସ୍ଥାନାନ୍ତରିତ କରିବା ସହ ସବୁ ବ୍ଲକ ମାନଙ୍କରେ ଅଫିସର ମାନେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି. ପ୍ରକଳ୍ପ ନିର୍ଦେଶକ, ଡ଼ି. ଆର. ଡି. ଏ,ଙ୍କୁ ଚିତ୍ରକୋଣ୍ଡା ବ୍ଲକ , ଅତିରିକ୍ତ ଜିଲ୍ଲାପାଳଙ୍କୁ କାଲିମେଳା ବ୍ଲକ ରେ ରହି ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି. ଆସନ୍ତା କାଲି ମାଇକ ରେ ପ୍ରଚାର କରିବା ସହ ଖାଦ୍ୟ ପଦାର୍ଥ ଅସହାୟ ଲୋକ ମାନ କୁ ଯୋଗାଇ ଦେବା କୁ ପରାମର୍ଶ ଦେଇ ଛନ୍ତି.