mobile header

ପୁସ୍ତକ ସାଇ ମିଉଜିଂସ ରାଜ୍ୟପାଳଙ୍କୁ ଅର୍ପଣ

ଶିରିଡି ସାଇ ବାବାଙ୍କ ଅନୁଭୂତି କୁ ନେଇ କବିତା ମହାନ୍ତି ଙ୍କ ସ୍ବରଚିତ ଓଡ଼ିଆ ପୁସ୍ତକ ” ଏକ ଅକିଞ୍ଚନର ଅନୁଭୂତି” ର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ଆଜି ଓଡିଶା ରାଜଭବନ ରେ ମାନ୍ୟବର ରାଜ୍ୟପାଳ ଙ୍କୁ ଅର୍ପଣ କରାଯାଇଛି । ଓଡ଼ିଆ ପୁସ୍ତକ ” ଏକ ଅକିଞ୍ଚନର ଅନୁଭୂତି” ପାଠକ ଆଦୃତି ପାଇଲାପରେ ବହିଟିର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ଷ୍ଟ୍ରଲିଂ ପବ୍ଲିକେଶନ ହାଉସ୍ ,ନୂଆ ଦିଲ୍ଲୀ ତରଫ ରୁ ” ପ୍ରକାଶ ପାଇଛି। ମାନ୍ୟବର ରାଜ୍ୟପାଳ ଲେଖିକା ଙ୍କୁ ଆହୁରି ଅଧିକ ଲେଖିବା ପାଇଁ ପ୍ରେରଣା ଓ ଆଶୀର୍ବାଦ ଦେଇଥିଲେ । ଏଇ ଅବସରରେ ରାଜ ଭବନ ରେ ଲେଖିକା ଙ୍କ ସ୍ବାମୀ ହାଇକୋର୍ଟ ଆଡଭୋକେଟ କୈଳାଶ କାନୁନଗୋ ଓ ପୁତ୍ର କର୍ପୋରେଟ ଲୟର ଇଶାନ କାନୁନଗୋ ଉପସ୍ଥିତ ଥିଲେ ।

Leave A Reply

Your email address will not be published.