mobile header

ଏତେ ଦୂରକୁ ଯିବା ଅସମ୍ଭବ, ତେଣୁ ଆମ ସ୍କୁଲକୁ ତୁରନ୍ତ ଖୋଲ…

ସ୍କୁଲ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡ଼ା ପଞ୍ଚାୟତର ଘଟଣା ।

ଖବର ଅନୁଯାୟୀ, ଝାଟିଆପଡ଼ା ପ୍ରକଳ୍ପ ବିଦ୍ୟାଳୟରେ କମ୍‌ ଛାତ୍ରଛାତ୍ରୀ ଥିବାର ଏହି ସ୍କୁଲ ବନ୍ଦ କରାଯାଇଛି । ଏହି ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କୁ ସାଇଲିପଡ଼ା ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏତେ ଦୂର ଯାଇ ପାଠ ପଢିବା ଛାତ୍ରଛାତ୍ରୀଙ୍କ ପକ୍ଷେ ଅସମ୍ଭବ । ତେଣୁ ଗତ ୨ ବର୍ଷ ହେବ ବନ୍ଦ ଥିବା ଝାଟିଆପଡ଼ା ପ୍ରକଳ୍ପ ବିଦ୍ୟାଳୟକୁ ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଏପିରିକି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଧାରଣା ଦିଆଯାଉଛି ।ସ୍କୁଲ ନଖୋଲିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏପରିକି ଝାଟିଆପଡ଼ା ପ୍ରକଳ୍ପ ବିଦ୍ୟାଳୟକୁ ଖୋଲିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗ୍ରାମାବାସୀ ।

ଅନ୍ୟପଟେ ବଡ଼ଚଣା ବ୍ଲକରେ ଏହିଭଳି ଭାବେ ମୋଟ ୪୩ଟି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଏନେଇ ବିଡ଼ିଓ, ତହସିଲଦାର ଓ ସିଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ପରେ କେଉଁ ସବୁ ସ୍କୁଲ ଖୋଲିବ । ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ କହିଛି ।

Leave A Reply

Your email address will not be published.