mobile header

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖ ରାମ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ପରଲୋକ ହୋଇଯାଇଛି । ୯୪ ବର୍ଷୀୟ ସୁଖରାମ ଗତ ୭ ତାରିଖ ଠାରୁ ଏମ୍ସ ଦିଲ୍ଲୀର ଭେଣ୍ଟିଲେଟରରେ ଥିଲେ । ତାଙ୍କୁ ଗତ ୪ ତାରିଖରେ ବ୍ରେନ୍‌ଷ୍ଟ୍ରୋକ ହୋଇଥିଲା । ପୁଣି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

କଂଗ୍ରେସ ନେତା ଓ ସୁଖରାମ ଶର୍ମାଙ୍କ ନାତି ଆଶ୍ରୟ ଶର୍ମା ଫେସବୁକ ପୋଷ୍ଟ ମାଧ୍ୟମରେ ଜେଜେବାପାଙ୍କ ଦେହାନ୍ତ ନେଇ ସୂଚନା ପ୍ରଦାନ କରିଛନ୍ତି । ମଙ୍ଗଳବାର ରାତିରେ ସେ ଲେଖିଛନ୍ତି ଯେ, ଅଲବିଦା ଦାଦାଜୀ, ଏବେ ଆଉ ଫୋନ୍‌ର ଘଣ୍ଟି ବାଜିବ ନାହିଁ । ଆଶ୍ରୟ ଶର୍ମା ନିଜର ଜେଜେବାପାଙ୍କ ସହିତ ପିଲାଦିନର ଫଟୋ ମଧ୍ୟ ସେୟାର କରିଛନ୍ତି । ମାତ୍ର ଫେସବୁକ ପୋଷ୍ଟରେ ଉଲ୍ଲେଖ କରାଯାଇ ନାହିଁ ଯେ, ସୁଖରାମ ଶର୍ମାଙ୍କ ପରଲୋକ କେବେ ହେଲା ।

ସୁଖରାମ ଶର୍ମା ୧୯୯୩ରୁ ୧୯୯୬ ମଧ୍ୟରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଂଚାର (ସ୍ୱତନ୍ତ୍ର ଦାୟିତ୍ୱ)ରେ ଥିଲେ । ସେ ମଣ୍ଡି (ହିମାଚଳ ପ୍ରଦେଶ)ରୁ ଲୋକସଭା ସାଂସଦ ଥିଲେ । ନିଜର ରାଜନୈତିକ କ୍ୟାରିୟରରେ ସେ ୫ଥର ବିଧାନସଭା ଓ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏବେ ସୁଖରାମଙ୍କ ପୁଅ ଅନିଲ ଶର୍ମା ମଣ୍ଡିରୁ ବିଜେପି ବିଧାୟକ ଅଛନ୍ତି । ୨୦୧୧ରେ ସୁଖରାମ ଶର୍ମାଙ୍କୁ ୫ ବର୍ଷ ପାଇଁ ଜେଲ ହୋଇଥିଲା । ତାଙ୍କରି ନାଁରେ ୧୯୯୬ରେ ଦୁର୍ନୀତି ଅଭିଯୋଗ ଆସିଥିଲା । ସୂଚନାଯୋଗ୍ୟ ସୁଖରାମ ଶର୍ମାଙ୍କ ଜନ୍ମ ୧୯୨୭ ମସିହା ଜୁଲାଇ ୨୭ରେ ହୋଇଥିଲା

Leave A Reply

Your email address will not be published.