mobile header

ଟ୍ରେନ୍‌ରେ ଚଢ଼ିବା ବେଳେ ଖସିଗଲା ମହିଳାଙ୍କ ଗୋଡ଼, ଜୀବନ ବଞ୍ଚାଇଲେ ରେଲ୍‌ୱେ ପୋଲିସ୍‌

ମହିଳାଙ୍କୁ ବଞ୍ଚାଇ ଦେଲେ ଜିଆର୍‌ପି ପୋଲିସ୍‌ । ଭୁବନେଶ୍ବର ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହାୱାଡା ତିରୁଅନନ୍ତପୁରମ ଟ୍ରେନ ଛାଡିବା ବେଳେ ଜଣେ ମହିଳା ସେଥିରେ ଚଢିବାକୁ ଚେଷ୍ଟା କରୁଥିଲେ । ଆଉ ଏହି ସମୟରେ ତାଙ୍କ ଗୋଡ ଖସିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଜିଆର୍‌ପିର ପୋଲିସ୍‌ ମହିଳାଙ୍କୁ ଟ୍ରେନ୍‌ରୁ ଖସି ପଡ଼ୁଥିବା ବେଳେ ଭିଡ଼ି ଆଣିଥିଲେ । ଯାହା ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯାହାର ଭିଡିଓ ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି । ଯେଉଁଥିରେ ଉକ୍ତ ମହିଳାଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଟ୍ରେନରୁ ଓହ୍ଲାଇ ପଡିଥିବା ଦେଖିବାକୁ ମିଳିଛି । ତେବେ କିଛି ସମୟ ପରେ ଜଣେ ମହିଳା ପାସେଞ୍ଜର ଚେନ୍ ପୁଲିଂ କରି ଟ୍ରେନକୁ ଅଟକାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.