mobile header

କୋର୍ଟରେ ବିଷ ପିଇଲେ ମହିଳା ଓକିଲ

ଦୀର୍ଘଦିନ ଧରି ଚାଲିଥିବା ନ୍ୟାୟିକ ପ୍ରକ୍ରିୟାରେ ବ୍ୟତିବ୍ୟସ୍ତ ହୋଇ ବିଷ ପିଇଲେ ମହିଳା ଓକିଲ | ନ୍ୟାୟ ପାଇବାକୁ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ବି କୌଣସି ସୁଫଳ ମିଳୁନଥିବାରୁ କୋର୍ଟ ରୁମରେ ବିଷ ପିଇଛନ୍ତି ମହିଳା ଓକିଲ | ବାଲେଶ୍ୱରର ଫ୍ୟାମିଲି କୋର୍ଟରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ବାଲେଶ୍ବର କୋର୍ଟର ଜନୈକ ମହିଳା ଓକିଲଙ୍କର ସ୍ୱାମୀଙ୍କ ସହ ସମ୍ପର୍କ ଭଲନଥିବାରୁ ପରିବାର କୋର୍ଟରେ ଛାଡପତ୍ର ପାଇଁ ମାମଲା ରୁଜୁ ହୋଇଥିଲା। ତେବେ ଦୀର୍ଘଦିନ ଧରି ଏହି ମାମଲା ଚାଲିଥିଲା |

ଆଜି ବିଚାରପତି ଉଭୟ ମହିଳା ଓକିଲ ଓ ତାଙ୍କ ସ୍ୱାମୀଙ୍କୁ ଜେରା କରିଥିଲେ। ଜେରା ସମୟରେ ମହିଳା ଜଣକ ଅତିଷ୍ଠହୋଇ ବ୍ୟାଗରୁ ବିଷ କାଢି ବିଚାରପତିଙ୍କ ସମ୍ମୁଖରେ ପିଇଦେଇଥିଲେ। ପରେ କୋର୍ଟରେ ଉପସ୍ଥିତ ଥିବା ଅନ୍ୟ ଓକିଲମାନେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ଏବେ ମହିଳା ଓକିଲଙ୍କର ଅବସ୍ଥା ସ୍ଥିର ଅଛି |

Leave A Reply

Your email address will not be published.