mobile header

ପୌରପରିଷଦର ଚଳିତ ବର୍ଷର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ

ମାଲକାନଗିରି, ୧୧। ୫ ଆଜି ମାଲକାନଗିରି ପୌରପରିଷଦର ଚଳିତ ବର୍ଷର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧକ୍ଷ ମନୋଜ ବାରିକଙ୍କ ତତ୍ୱାବଧାନରେ ହୋଇଥିବା ଉକ୍ତ ବୈଠକରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝି ଅଧକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପଦକ୍ଷା କବିତା ମାହୁନ୍ତ, ବିଧାୟକ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ପୌର ଅଧିକାରୀ ତ୍ରିଶୂଳ ମାରଡି, ଯନ୍ତ୍ରୀ ଇନ୍ଦୁ ମାଧବ ସରକାର, ପିଏଚଡି ଯନ୍ତ୍ରୀ ଗୌରବ କାଲୋ ଙ୍କ ସମେତ ସିଡିପିଓ ଏବଂ ସମସ୍ତ ୧୯ ଗୋଟି ୱାର୍ଡ ମେମ୍ବର, ପୌର ପରିଷଦର ସମସ୍ତ କର୍ମକର୍ତ୍ତା ଉପାସ୍ତିତ ଥିଲେ । ଏହି ବୈଠକରେ ମାଲକାନଗିରି ପୌର ପରିଷଦର ବିଭିନ୍ନ ସମସ୍ଯା ବିଷୟରେ ଆଲୋଚନା କରାଯାଇଥିବା ବେଳେ ଆଗାମୀ ଦିନର କାର୍ଯପନ୍ଥା ବିଷୟରେ ଆଲୋଚନା କରିଥିଲେ । ପୌର ପରିଷଦର ବହୁ ପୁରୁଣା ବନ୍ଦ, ରାସ୍ତା, ପାନୀୟ ଜଳ ସମସ୍ଯା ଗୁଡିକ ଯଥା ଶୀଘ୍ର ଦୂର କରିବାକୁ ଆଲୋଚନା କରାଯାଇଥିଲା । ଏହାସହ ୨୦୨୨/୨୩ ବର୍ଷ ପାଇଁ ବିଭିନ୍ନ କାର୍ଯ ନିମନ୍ତେ ହେବାକୁ ଥିବା ବ୍ୟୟ ଓ ବଜେଟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.