mobile header

ପଞ୍ଚଭୂତରେ ବିଲୀନ ହେଲା ମୃତ ଯବାନଙ୍କ ପାର୍ଥୀବ ଶରୀର, ଜନ୍ମ ମାଟିରେ ଦିଆଗଲା ଶେଷ ସଲାମ

BSF ଯବାନ ମାନେ ଯୁଦ୍ଧ କ୍ଷେତ୍ରରେ କିଭଳି ବିଭିନ୍ନ ପ୍ରକାର ଗାଡି ମୋଟର ଚାଳନା କରିବେ ସେ-ନେଇ BSF (ସୀମା ସୁରକ୍ଷା ବାହିନୀ) ର ହେଡ୍-କନଷ୍ଟେବଳ ତଥା ମୋଟର ଟ୍ରାନ୍ସପର୍ଟର ଇନ୍ସଟ୍ରକ୍ଟର ଓଡ଼ିଆ ଯବାନ ଜୟ ପ୍ରକାଶ ମହାପାତ୍ର ନିଜର ସାଥି ଯବାନ ମାନଙ୍କୁ ଟ୍ରେନିଂ ଦେଉଥିବା ବେଳେ ଘଟିଲା ଦୁର୍ଘଟଣା । ଆଉ ସେହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା ।

୧୯୯୫ ମସିହାରେ ଜୟ ପ୍ରକାଶ ମହାପାତ୍ର BSF ଯବାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ମେଘାଳୟର ଶ୍ରୀଲଙ୍ଗ ସ୍ଥିତ ମାଓପଟ୍ ( MAWPAT ) ଏରିଆରେ କିଛି ଯବାନ ମାନଙ୍କୁ ଗାଡି ମୋଟର ଚାଳନା ଉପରେ ଜୟ ପ୍ରକାଶ ଟ୍ରେନିଂ ଦେଉଥିବା ବେଳେ ଉକ୍ତ ଗାଡି ଦୁର୍ଘଟଣା ଘଟିଥିଲା । ମୃତ ଜୟପ୍ରକାଶଙ୍କ ପାର୍ଥୀବ ଶରୀରକୁ ତାଙ୍କର ଜନ୍ମମାଟି ତଥା ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅଧିନସ୍ଥ ଲେଣ୍ଡୋ ପଞ୍ଚାୟତର ଅରାଞ୍ଚଳ ଗ୍ରାମରେ ପହଞ୍ଚାଇବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସଲାମୀ ଦିଆଯାଇଛି ।

ଜୟପ୍ରକାଶଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଜୟ ପ୍ରକାଶ ମହାପାତ୍ରଙ୍କର ଗୋଟିଏ ମାତ୍ର କନ୍ୟା ଅଛନ୍ତି । ଜୟ ପ୍ରକାଶ ଅମର ରହେ, ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ଅଞ୍ଚଳ । ଶେଷରେ ପଞ୍ଚଭୂତରେ ବିଲୀନ ହୋଇଥିଲା ମୃତ ଜୟ ପ୍ରକାଶ ଙ୍କର ପାର୍ଥୀବ ଶରୀର

Leave A Reply

Your email address will not be published.