mobile header

ସବୁଜ ଜଙ୍ଗଲ ବୃଦ୍ଧି ପାଇଁ ବକ୍ସାଇଟ ଖନନ କ୍ଷତିକାରକ ନୁହେଁ ବରଂ ଲାଭଦାୟକ : ଡଃ ତପନ ଚାନ୍ଦ

ଖଣି ଓ ଖଣିଜ ଭିତ୍ତିକ ଶିଳ୍ପର ଜାତୀୟ ସମ୍ମିଳନୀ ଜିଓମେନଟେକ ୨୦୨୨ ଭୁବନେଶ୍ୱରରେ ଆୟୋଜିତ ହୋଇଛି । ଦେଶର ବିଭିନ୍ନ ସ୍ଥାନରୁ ଖଣି ଓ ଅନ୍ୟାନ୍ୟ ଶିଳ୍ପ ସହ ଜଡିତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । କରୋନା ମହାମାରୀ ପରେ ଏଭଳି ଏକ ବିଶାଳ ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି । ଏହି ୨୨ତମ ବାର୍ଷିକ ସମ୍ମିଳନୀର ବିଷୟ ବସ୍ତୁ ରହିଥିଲା, ଖଣି ଏବଂ ଖଣିଜ ଭିତ୍ତିକ ଶିଳ୍ପରେ ନୂତନ ଜ୍ଞାନକୌଶଳର ପରିଚାଳନା ଓ ନିରାପତ୍ତା । ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବରେ ଡଃ. ତପନ ଚାନ୍ଦ ଏବଂ ଆଇଏସଏମ ଧାନବାଡର ଅଧ୍ୟକ୍ଷ ପ୍ରଫେସର ଡି ଡି ମିଶ୍ର ଉଦଘାଟନ କରିଥିଲେ।

ନିଜ ଅଭିଭାଷଣରେ ଡି ଡି ମିଶ୍ର ବିକାଶ କ୍ଷେତ୍ରରେ ଖଣିଜ ଶିଳ୍ପର ଅବଦାନକୁ ପ୍ରଂଶସା କରିଥିଲେ । ସେହିଭଳି ଡଃ ତପନ ଚାନ୍ଦ କହିଥିଲେ, ସରକାରଙ୍କ ବ୍ୟତୀତ ସୋସାଇଟିରୁ ମଧ୍ୟ କନସେଣ୍ଟ ଟୁ ଅପରେଟ ନିଆଯିବା ଆବଶ୍ୟବକ । ସୁରୁଖୁରରେ ଖଣି ଖନନ ପାଇଁ ଖଣି ମାଲିକ ମାନେ ବିଭିନ୍ନ ସୋସାଇଟିକୁ ବୋର୍ଡରେ ସାମିଲ କରିବା ଉଚିତ ।

ବୈଜ୍ଞାନିକ ଉପାୟରେ ଖନନ, ଶୂନ ଅପଚୟ ଖଣି, ଶୂନ ଡିସଚାର୍ଜ ଖଣି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଆର୍ ଆଣ୍ଡ ଭିଆର, ଡ୍ରୋନ୍ ଭଳି ନୂତନ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ବକ୍ସାଇଟ ଖଣି କିପରି କ୍ଷତିକାରକ ନୁହେଁ କିନ୍ତୁ ସବୁଜ ଜଙ୍ଗଲ ବୃଦ୍ଧିରେ ସହାୟକ ହୁଏ ବୋଲି ସୁନ୍ଦର ଭାବରେ ବ୍ୟାଖ୍ୟା କରି ଡଃ ଚାନ୍ଦ କହିଛନ୍ତି ଯେ ବକ୍ସାଇଟ ଖଣି ଜଳର ଆବରଣକୁ ଅନୁମତି ଦିଏ ନାହିଁ ଏବଂ ସେହି କାରଣରୁ ବକ୍ସାଇଟ ଥିବା ଅଞ୍ଚଳରେ ବଡ଼ ଗଛ ବଂଶବିସ୍ତାର କରିପାରିନଥାଏ । ଥରେ ବକ୍ସାଇଟ୍ ଅପସାରିତ ହେଲେ ମାଟି ଉର୍ବର ହୋଇଯାଏ ଏବଂ ସବୁଜ ଜଙ୍ଗଲର ବିକାଶ କରେ । ଖଣି ଅଞ୍ଚଳରେ ଘନ ସବୁଜ ଜଙ୍ଗଲ ଅଛି, ଏହାର ସବୁଠୁ ବଡ ଉଦାହରଣ ହେଲା ଦାମନଯୋଡି ବୋଲି ସେ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ସେ ସୂଚନା ଦେଇଛନ୍ତି ଯେ ବେଦାନ୍ତରେ ବକ୍ସାଇଟର କୌଣସି କ୍ୟାପ୍ଟିଭ୍ ଖଣି ନାହିଁ ତଥାପି ଏହା ବକ୍ସାଇଟ୍ କ୍ରୟ କିମ୍ବା ଆମଦାନୀ କରି ପୂର୍ଣ୍ଣ ମୂଲ୍ୟ ଯୋଗ କରିଥାଏ ।
ମାଇନ୍ ଆଇବିଏମର ଆଞ୍ଚଳିକ ନିୟନ୍ତ୍ରକ ବି ଏଲ୍ ଗୁରୁଜାର, ମାଇନ୍ସ ସୁରକ୍ଷାର ନିର୍ଦ୍ଦେଶକ କ୍ରିଷ୍ଣେନ୍ଦୁ ମଣ୍ଡଳ, ଓଡ଼ିଶା ସରକାରଙ୍କ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡଃ ୟୁସି ଜେନା, ଏମସିଏଲର ସିଏମଡି ଓ.ପି ସିଂ, ସିଏମପିଡିଏଲର ସିଏମଡି ମନୋଜ କୁମାର, ସାନ କାର୍ଲୋସ ବିଶ୍ୱବିଦ୍ୟାଳୟର ପ୍ରଫେସର ଭର୍ଗିଲିଓ ଆବେଲାନ, ଦକ୍ଷିଣ କୋରିଆର କିମ ନ୍ୟାସନାଲ ୟୁନିଭରସିଟିର ପ୍ରଫେସର ଜୋଙ୍ଗ ଗୱାନ ଏହି ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ଏହି ଅଧିବେଶନ ଦୁଇ ଦିନ ଧରି ଚାଲିବ । ଯେଉଁଥିରେ ଅନେକ ସ୍କଲାର ଯୋଗଦେବା ସହ ନିଜ ମଧ୍ୟରେ ମତବିନିମୟ କରିବେ । ନ୍ୟାସନାଲ୍ ଜିଓମିନଟେକ୍ ପକ୍ଷରୁ ଡଃ ତପନ ଚାନ୍ଦଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ । ସେହିଭଳି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏମସିଏଲର ସିଏମଡି ଓ ପି ସିଂଙ୍କୁ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ପ୍ରଫେସର ଡିଡି ମିଶ୍ର, ଡଃ ତପନ ଚାନ୍ଦ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି । ସିଏମପିଡିଏଲର ସିଏମଡି ମନୋଜ କୁମାରଙ୍କୁ ମଧ୍ୟ ଭର୍ଚୁଆଲ୍ ମୋଡରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.