mobile header

ପୁଲିସ ଅଧିକାରୀଙ୍କ ପରକୀୟା ପ୍ରୀତି: ଅଡିଓ ଭାଇରାଲ୍, ପତ୍ନୀ କୋର୍ଟଙ୍କ ଦ୍ୱାରସ୍ତ

ପୁଲିସ ଯଦି ଅପରାଧୀଙ୍କ ଭଳି କାର୍ଯ୍ୟ କରିବ ତାହେଲେ ଜନସାଧାରଣ କାହା ଉପରେ ଭରସା କରିବେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜ୍ୟର ରାଜଧାନୀ ଭୁବନେଶ୍ବର କମିଶନରେଟ୍ ପୁଲିସରେ କାର୍ଯ୍ୟରତ ପୁଲିସ ଅଧିକାରୀ ବାମ ଦେବ ଜେନାଙ୍କ ଠାରେ।

ନିଜର ବିବାହିତ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା ଦେବା ସହିତ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ମହିଳା କନେଷ୍ଟବଳଙ୍କ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ଆପତ୍ତିଜନକ କଥାବାର୍ତ୍ତା ହେଉଥିବା ବର୍ତ୍ତାଳାପ ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଛି। ଏହି ଖବର ପ୍ରସାରଣ ପରେ ରାଜ୍ୟ ସରକାର ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା। ତେବେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ତ ହେବା ସହ ମାହାଙ୍ଗା ଥାନା କୁମୁଡ଼ା ଜୟପୁର ଫାଣ୍ଡିରେ ଅଭିଯୋଗ ମଧ୍ୟ କରିଛନ୍ତି।

Leave A Reply

Your email address will not be published.