mobile header

ଭାସି ଆସିଥିବା ସ୍ଵର୍ଣ୍ଣ ରଥରେ ଥିଲା ଏକ ଦୁର୍ଲଭ ରତ୍ନମଣି ! କୁଆଡେ ଗଲା ଗୌତମ ବୁଦ୍ଧଙ୍କ ମୂର୍ତ୍ତି ସହ ସେହି ଅମୂଲ୍ୟ ରତ୍ନମଣି ?

ଦୁଇଦିନ ତଳେ ଶ୍ରୀକାକୁଲମର ସୁନାପଲ୍ଲୀ ସମୁଦ୍ରରୁ ଭାସି ଆସି ଲାଗିଥିଲା ଏକ ସୁନେଲି ରଥ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମନ୍ଦିରର ଆକୃତି ଥାଇଲାଣ୍ଡର ମନ୍ଦିର ପରି ହୋଇଥିବା ବେଳେ ଏହାର ରଙ୍ଗ ଏକଦମ ସୁନା ରଙ୍ଗର । ସମୁଦ୍ରକୂଳରେ ଏହା ଲାଗିବା ପରେ ଏହି ରଥକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏହି ସୁନେଲି ରଥରେ ପ୍ରକୃତରେ ସୁନା ବା ଅନ୍ୟ କିଛି ଦୁର୍ଲଭ ପଦାର୍ଥ ଖଚିତ ଅଛି କି ନାହିଁ ତାହା ଯାଞ୍ଚ କରିବା କୋଷ୍ଟ ଗାର୍ଡ ଏହାକୁ ଜବତ କରିଥିଲେ ଓ ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।

ତେବେ ଶୁଣିବାକୁ ମିଳୁଛି ଭାସି ଆସିଥିବା ରହି ସ୍ଵର୍ଣ୍ଣିମ ରଥରେ ଏକ ଦୁର୍ଲଭ ରତ୍ନ ଖଚିତ ବୃଦ୍ଧ ମୂର୍ତ୍ତି ଥିଲା, ଯାହା ଗାୟବ ଥିଲା ଜଣାପଡିଛି । ଏହି ରଥରେ ଏକ ଡ୍ରାଗନ ଅଛି କିନ୍ତୁ ବୁଦ୍ଧଙ୍କ ପ୍ରତିମା ନାହିଁ ଯେଉଁଥିରେ ଦୁର୍ଲଭ ରତ୍ନପଥର ଲାଗିଥିଲା । କେଉଁଠାରୁ ଓ କାହିଁକି ଆସିଛି ଏହି ସୁନାରଥ ଓ ଏଥିରେ କଣ ରହିଛି ତାହା ଜାଣିବା ପାଇଁ ସଭିଙ୍କ ମନରେ ଉତ୍କଣ୍ଠା ରହିଥିଲା । ଗବେଷକମାନେ କହୁଛନ୍ତି କି ଏହି ସୁନାର ରଥଟି ମିଆଁମାରରୁ ଭାସି ଭାସି ଆସିଛି ।

କିନ୍ତୁ ଏହାକୁ ନେଇ ଏକ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ମିଆଁମାରର ଅନେକ ସ୍ଥାନରେ ଏଭଳି ଭାସମାନ ପାଗୋଡା ରହିଥାଏ । ଏହାକୁ ସ୍ଵର୍ଣ୍ଣମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିର ମାନଙ୍କରେ ବୁଦ୍ଧଙ୍କ ମୂର୍ତ୍ତି ସହିତ ସେଥିରେ ଏକ ରତ୍ନା ପଥର ମଧ୍ୟ ଲାଗିଥାଏ । କିନ୍ତୁ ଯେଉଁ ଅବସ୍ଥାରେ ଏହି ସୁନା ମନ୍ଦିରଟି ସମୁଦ୍ରକୂଳରେ ଆସି ଲାଗିଛି ଏହାକୁ ଦେଖିବା ପରେ ଜଣାପଡୁଛି ଯେ ଏହା ସଂପୂର୍ଣ୍ଣ ଭାଙ୍ଗିଯାଇଛି ।

ଏହି ରଥକୁ ଦେଖିଲେ ଜାଣିପାରିବେ ଯେ ଏହାର ଚତୁପାର୍ଶ୍ଵରେ ଡ୍ରାଗନ ପ୍ରତିକୃତି ସବୁ ଲାଗିଛି । ମିଆଁମାରର ସଂସ୍କୃତି ଅନୁଯାୟୀ ପ୍ରତି ପାଗୋଡାକୁ ଏଭଳି ସ୍ଵର୍ଣ୍ଣ ମନ୍ଦିର ଭଳି ତିଆରି କରା ଯାଇଥାଏ । ଏଥିରେ ଡ୍ରାଗନ ପ୍ରତିକୃତି ସହିତ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ରହିଥାଏ ଓ ସେଥିରେ ଲାଗି ରହିଥାଏ ଏକ ରତ୍ନପଥର । ପ୍ରଶ୍ନ ଉଠୁଛି ଯଦି ପାଗୋଡା ଆସିଛି ତେବେ ଏହା ମଧ୍ୟରେ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ସହ ରତ୍ନପଥର ସୁରକ୍ଷିତ ଅଛି କି ?

ଯଦି ନାହିଁ ତେବେ ଏହା ସମୁଦ୍ରରେ କେଉଁଠାରେ ପଡିଯାଇଛି ନା ଏହାକୁ କିଏ ନେଇ ଯାଇଛି ?

Leave A Reply

Your email address will not be published.