
ଭୁବନେଶ୍ବର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଧରାପଡ଼ିଛନ୍ତି। ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ଏକ କେସ କ୍ଲୋଜ ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି। ଜଣେ ସରକାରୀ କର୍ମଚାରୀଙ୍କ କେସ କ୍ଲୋଜ ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା । ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା। ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଅଧିକ ତଥ୍ୟ ହାସଲ ପାଇଁ ଉଭୟ ମାନସୀ ଜେନା ଓ ମୁକେଶ ସାହୁ ରହୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖାଯାଇଛି ବୋଲି ସୂଚନା ମିଳିଛି।