mobile header

ଚନ୍ଦ୍ରପୃଷ୍ଠରେ ଗଛ । ଭବିଷ୍ୟତରେ ବୈଜ୍ଞାନିକ କରିପାରିବେ ଚାଷ

ଚନ୍ଦ୍ରରେ ମଣିଷଙ୍କ ରହିବା ପାଇଁ କଲୋନୀ ତିଆରି କରିବା ବର୍ତ୍ତମାନ ସହଜ ହୋଇପାରିବ । କାରଣ ସହର ତିଆରି କରିବା ପାଇଁ ସବୁଠାରୁ ପ୍ରଥମ ଜରୁରୀ ବସ୍ତୁ ହେଉଛି ଖାଦ୍ୟ । ଯଦି ସେହି ସ୍ଥାନର ମାଟି ଉର୍ବର ନହେବ ତେବେ ଫସଲ ହୋଇପାରିବ ନାହିଁ । ତେବେ ବୈଜ୍ଞାନିକମାନେ ଏବେ ଚନ୍ଦ୍ରର ମାଟିରେ ପ୍ରଥମ ଥର ପାଇଁ ଗଛ ସୃଷ୍ଟି କରି ସଫଳତା ହାସଲ କରିଛନ୍ତି । ଏହା ଏତେ ସହଜ ନଥିଲେ ବି ତାହା ବୈଜ୍ଞାନିକଙ୍କ ପାଇଁ ସମ୍ଭବ ହୋଇପାରିଛି ।
ଚନ୍ଦ୍ରରେ ଗଛ ସୃଷ୍ଟି କରିବା ସମ୍ଭବ ନୁହେଁ । କାରଣ ସେଠାକାର ମାଟି ପଥୁରିଆ । ଅନେକ ସମୟ ଧରି ଅନ୍ତରୀକ୍ଷଯାତ୍ରୀଙ୍କୁ ସତେଜ ଖାଇବା ମିଳିନଥାଏ । ତା ଛଡା ଆପଣ ପୃଥିବୀରୁ ମଧ୍ୟ ମାଟି ନେଇ ସେଠାରୁ ଯିବା ସମ୍ଭବ ନୁହେଁ । ଏଥିପାଇଁ ଖର୍ଚ୍ଚ ମଧ୍ୟ ବଢିଯିବ । ତେଣୁ ବର୍ତ୍ତମାନ ଚନ୍ଦ୍ରର ମାଟିରେ ଫସଲ ପାଇଁ ଟେଷ୍ଟିଂ କରାଯାଇଛି ।

୩୮୨ କିଲୋଗ୍ରାମ ମାଟି ଚନ୍ଦ୍ରରୁ ଆସିଥିଲା ।

ଆମେରିକାର ଅନ୍ତରୀକ୍ଷ ସଂସ୍ଥା (ନାସା) ଆପୋଲୋ ମିଶନ ବେଳେ ଚନ୍ଦ୍ରପୃଷ୍ଠରୁ ୩୮୨ କିଲୋଗ୍ରାମ ପଥର ପୃଥିବୀ ପୃଷ୍ଠକୁ ଆଣିଥିଲା । ନାସା ଏହି ପଥରକୁ ବୈଜ୍ଞାନିକଙ୍କ ମଧ୍ୟରେ ବାଣ୍ଟିଥିଲେ । ତେବେ ଜଣାନଥିଲା କି ଏହି ମାଟି କେତେ ବର୍ଷରେ ଶେଷ ହେବ । ଆଶା ଅଛି ଅର୍ଟିମିସ ମିସନବେଳେ ଆମେରିକା ଚନ୍ଦ୍ରରୁ ଆହୁରି ଅଧିକ ମାଟି ଆଣିବ ।ତେବେ ଚନ୍ଦ୍ରର ଯେଉଁ ମାଟିରେ ଗଛ ସୃଷ୍ଟି ହୋଇଛି ତାହା ଦୁଇଟି ଭ୍ୟାକୁମ ସିଲ୍ଡ ଡବାରେ ଚନ୍ଦ୍ରରେ ଲଗାହୋଇଥିଲା । ଏହା ବାବଦରେ କମ୍ୟୁନିକେସନ ବାୟୋଲୋଜି ଜର୍ଣ୍ଣାଲରେ ତଥ୍ୟ ପ୍ରକାଶ କରଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ଚନ୍ଦ୍ରର ମାଟିରେ ପ୍ରଥମ ଥର ଫୁଲ ଗଛ ସୃଷ୍ଟି କରଯାଇଛି । ତେବେ ଏଥିରେ ପୃଥିବୀର ପାଣି ପବନ ମିଶାଯାଇଥିଲା ।

କେବଳ ୧୨ ଗ୍ରାମ ମାଟିରେ ଗଛ ସୃଷ୍ଟି
ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ପ୍ର୍ରଫେସର ଏନା-ଲିସା ପଲ କହିଛନ୍ତି, ଚନ୍ଦ୍ରର ମାଟିରେ ଗଛ ସୃଷ୍ଟି ହୋଇଛି । ତେବେ ତାକୁ ଏତେ ସହଜର ସୃଷ୍ଟି କରାଯାଇନାହିଁ । ଚନ୍ଦ୍ର ମାଟିରେ ପାଥୋଜେନ ନଥାଏ । ତା ଛଡା ଅନ୍ୟ ପଦାର୍ଥ ମଧ୍ୟ ନଥାଏ । ଯାହା ମାଟିର ଜୀବ ଏବଂ ଗଛକୁ ଅସୁବିଧା ପହଞ୍ଚାଇବ । ପ୍ରଥମେ ଯେଉଁ ଗଛ ସୃଷ୍ଟି କରଯାଉଥିଲା ସେଥିରେ କେବଳ ଚନ୍ଦ୍ର ମାଟି ସିଞ୍ଚା ଯାଉଥିଲା । ତେବେ ଏଥର ଚନ୍ଦ୍ରର ମାଟିରେ ଗଛ ସୃଷ୍ଟି କରାଯାଇଛି ।
ଏନା-ସିଲା ପଲ ଏବଂ ପ୍ରଫେସର ରବର୍ଟ ଫର୍ଲଙ୍କୁ ଚନ୍ଦ୍ରର ମାତ୍ର ୧୨ ଗ୍ରାମ ମାଟିମିଳିଥିଲା । ୧୧ ବର୍ଷ ଲଗାତାର ବିଭିନ୍ନ ପରୀକ୍ଷ।। ପରେ ପଲ ଏ ଫର୍ଲଙ୍କୁ ଏହି ସଫଳତା ମିଳିଛି । ତାଙ୍କୁ ଆପୋଲେ ୧୧,୧୨ ଓ ୧୭ମିଶନରୁ ଆସିଥିବା ମାଟି ମିଳିଥିଲା । ତେବେ ଏତେ କମ ମାତ୍ରାରେ ମିଳିଥିବା ମାଟିରେ ଫସଲ ତିଆରି କରିବା ବହୁତ କଷ୍ଟ ଥିଲା । ତେବେ ଉଭୟ ସଫଳତା ହାସଲ କରିଛନ୍ତି ।

ବୈଜ୍ଞାନିକ ରଚିଛନ୍ତି ନୂଆ ଇତିହାସ
ପଲ ଏବଂ ଫର୍ଲ ମିଳିତ ଭାବେ ମାଟିକୁ ଚାରିଟି ଅଲଗା-ଅଲଗା ଭାଗରେ ବାଣ୍ଟିଥିଲେ । ସେଥିରେ ପୋଷକ ତତ୍ତ୍ୱ ପାଣି ମିଶାଯାଇଥିଲା । ଏହା ପରେ ଆର୍ବିଡୋପିସ ମଞ୍ଜିକୁ ଲଗାଯାଇଥିଲା । କିଛି ଦିନ ପରେ ସେଥିରୁ ଗଛ ସୃଷ୍ଟି ହୋଇଥିଲା । ଏତେ କାମ ମାଟିରେ ବି ଗଛ ସୃଷ୍ଟି ହେବା ସହଜ କଥା ନୁହେଁ ।

Leave A Reply

Your email address will not be published.