ଚିତ୍ରକୋଣ୍ଡା:-12/05/2022-ଚିତ୍ରକୋଣ୍ଡା ଟେମ୍ପରାରିକଲୋନୀ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ବ୍ଲକ ର ଚଉଦ ଗୋଟି କ୍ଲଷ୍ଟର ସ୍ତରୀୟ ସଂଯୋଜକ ମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବି ଙ୍କ ନେତୃତ୍ୱରେ ଏବିଓ ଅଞ୍ଜନ ଚୌଧୁରୀ, ଏମ ଆଇଏସ ନୀଳ ମାଧବ ପାତ୍ର, କୋଷl ଧକ୍ଷ ବାବୁ ଗୌଡ଼ ଙ୍କ ସହଯୋଗରେ ମୁଖ୍ୟ ଅତିଥିଭାବେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ ଯୋଗ ଦେବା ସହିତ ଚିତ୍ରକୋଣ୍ଡା ବ୍ଲକ ତଥା ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ର ଅଗ୍ରଗତି ତଥା ବିକାଶ ହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ l ଷ୍ଟାଣ୍ଡିଙ୍ଗ ଶିକ୍ଷା କମିଟି ଗଠନ ନିମନ୍ତେ ଓଡ଼ିଶା ଗାଇଡ଼ଲାଇନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଭୁବନେଶ୍ୱର ଙ୍କ ଚିଠି ନମ୍ବର 9153/2021,ତା -28/09/2021 ଅନୁଯାଇ ପ୍ରାଞ୍ଜଳ ଭାବରେ ତାଲିମ ପ୍ରଦାନ କରିଥିଲେ l ତତ ସହ ମୋୖଳିକ ସାକ୍ଷାରତା ଓ ଗାଣିତିକ ସଂଖ୍ୟା ଗଣନା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ପ୍ରବେଶ, ମାଧ୍ୟାର୍ହ୍ନ ଭୋଜନ, ଶିକ୍ଷକଙ୍କ ନିୟମିତ ବିଦ୍ୟାଳୟ ରେ ଉପସ୍ଥାନ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ପାଠର ପୁନରାବୃତ୍ତି, ବାଲ୍ୟ ବିବାହ ପ୍ରତିରୋଧ, ଆର୍ଶୀବାଦ ସ୍କିମ ରେ ଭିର୍ନକ୍ଷମ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ରେ ପ୍ରବେଶ ଉପରେ ଆଲୋଚନା କରାଯାଇ ବିଭିନ୍ନ ପ୍ରୋତ୍ସାହନ ରାଶି, ସରକାରୀ ଅନୁଦାନ ଓ ଶିକ୍ଷକ ମାନଙ୍କ ପ୍ରୋଫାଇଲ ସମ୍ପର୍କରେ ଆଲୋଚନା କରିଥିଲେ l
